Latest Odisha News

ବଦଳିଲା ମାଟ୍ରିକ୍ ବୋର୍ଡ ପରୀକ୍ଷା ଢାଞ୍ଚା, ବର୍ଷ ଶେଷରେ ହେବ ବାର୍ଷିକ ପରୀକ୍ଷା

କଟକ: ମାଟ୍ରିକ୍ ବୋର୍ଡ ପରୀକ୍ଷାକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି । କୋଭିଡ୍ ପୂର୍ବଭଳି ଚଳିତବର୍ଷରୁ ବାର୍ଷିକ ପରୀକ୍ଷା ହେବ । ସମସ୍ତ ସରକାରୀ ହାଇସ୍କୁଲରେ ଦଶମ ପଢ଼ୁଥିବା ଛାତ୍ରଛାତ୍ରୀ ବାର୍ଷିକ ମାଟ୍ରିକ ବୋର୍ଡ ପରୀକ୍ଷା ଦେବେ ।

ମହାମାରୀ କୋଭିଡ୍ ପରେ ବୋର୍ଡ ପକ୍ଷରୁ ବାର୍ଷିକ ୨ଟି ସମ୍ମେଟିଭ୍ ପରୀକ୍ଷା ଗତ ୨ ବର୍ଷ ହେଲା ଅନୁଷ୍ଠିତ ହେଉଥିଲା । ତେବେ ଚଳିତବର୍ଷରୁ ସମ୍ମେଟିଭ୍ ପରିବର୍ତ୍ତେ ପୁରୁଣା ପରୀକ୍ଷା ବ୍ୟବସ୍ଥାକୁ ଆପଣାଯିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।

ବୋର୍ଡର ସୂଚନା ଅନୁସାରେ, ହାଇସ୍କୁଲ ଓ ମଧ୍ୟମା ଛାତ୍ରଛାତ୍ରୀଙ୍ଗ ଲାଗି ଇଣ୍ଟରନାଲ୍ ଆସେସମେଣ୍ଟ ଜାରି ରହିବ । ବୋର୍ଡ ପକ୍ଷରୁ ସାଷ୍ମାଷିକ ପାଇଁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ । ସେହିଭଳି ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ଲାଗି ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ ବୋଲି ଜଣାପଡ଼ିଛି ।

Comments are closed.