ନୂଆଦିଲ୍ଲୀ: ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି ମାରାତ୍ମକ ଭୂତାଣୁ କରୋନା । ଚୀନ୍ରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରାସ ଏବେ ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି । ତେବେ ଭାରତରେ ଆଉ ୨ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ଦିଲ୍ଲୀର ହୋଇଥିବା ବେଳେ ଅନ୍ୟ ଜଣେ ତେଲାଙ୍ଗାନାର ହୋଇଥିବା ଜଣାପଡିଛି ।
ଦିଲ୍ଲୀର ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣକ ନିକଟରେ ଇଟାଲୀରୁ ଫେରିଥିଲେ । ଯେଉଁଠି ଏବେ କରୋନା ଭାଇରସ ସଂକ୍ରମଣରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ତେଲେଙ୍ଗାନାର ବ୍ୟକ୍ତି ଜଣକ କିଛି ଦିନ ପୂର୍ବେ ଦୁବାଇରୁ ଫେରିଥିବା ଜଣାପଡିଛି । ତେବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ପିଆଇବି ସୂଚନା ଦେଇଛି ।
କରୋନା ଭୂତାଣୁ ସଂକ୍ରମଣରେ ଏଯାଏଁ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ୮୮ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି ।
BREAKING NEWS
- କ୍ଷେପଣାସ୍ତ୍ର ଆକ୍ରମଣ ପରେ ସାଉଦି ବିମାନବନ୍ଦରରେ ଆତଙ୍କ; ଭାରତୀୟମାନଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ
- ୨ଦିନିଆ ଗସ୍ତ ଓଡ଼ିଶା ଗସ୍ତରେ ମୋହନ ଭାଗବତ
- ବୈଭବଙ୍କୁ କପିଳ ଦେବଙ୍କ ଚେତାବନୀ ,ବିନୋଦ କାମ୍ବଲୀଙ୍କ କ୍ୟାରିୟରକୁ ଦେଖ
- ‘ଇ-ସଞ୍ଚାର ଆପ୍’ର ଶୁଭାରମ୍ଭ;ଖୁବଶୀଘ୍ର ଆସିବ ସାମାଜିକ ଗଣମାଧ୍ୟମ ନୀତି
- ମାଡ଼ି ଆସୁଛି ଆଉ ଏକ ଲଘୁଚାପ;୧୪ରୁ ରାଜ୍ୟରେ ଝଡି ବର୍ଷା ସମ୍ଭାବନା
- କୋହଲିଙ୍କ ସ୍ଥାନରେ ପାର୍ଥୀବ ହୋଇଥାନ୍ତେ ଅଧିନାୟକ
- ପଶ୍ଚିମବଙ୍ଗ ଉପନିର୍ବାଚନ: ନନ୍ଦୀଗ୍ରାମ ଓ ରେଜିନଗରରେ ବିଜେପିର ବାଜିମାତ; ମୁସଲିମ ବହୁଳ ଅଞ୍ଚଳରେ ଶୁଭେନ୍ଦୁଙ୍କ ବଡ଼ ବିଜୟ
- ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ୨୦୨୬: ଓହରିଗଲା ପାକିସ୍ତାନ, ବାଂଲାଦେଶକୁ ମିଳିଲା ସୁଯୋଗ
- ସିଓଇର ଚାଂଚଲ୍ୟକର ରିପୋର୍ଟ ପଡିଲା ପଦାରେ
- Nobel Peace Prize 2026:ଟ୍ରମ୍ପ ନିରାଶ;ଭାରତୀୟ ବଂଶୋଦ୍ଭବ ନାଭି ପିଲ୍ଲାଇଙ୍କୁ ନୋବେଲ ଶାନ୍ତି ପୁରସ୍କାର

Comments are closed.