Latest Odisha News

BREAKING NEWS

ଭାରତରେ ଆଉ ୨ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦିନକୁ ଦିନ କାୟା ବିସ୍ତାର କରି ଚାଲିଛି ମାରାତ୍ମକ ଭୂତାଣୁ କରୋନା । ଚୀନ୍‌ରୁ ଆରମ୍ଭ ହୋଇଥିବା ଏହି କରୋନା ଭାଇରାସ ଏବେ ଧୀରେ ଧୀରେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି । ତେବେ ଭାରତରେ ଆଉ ୨ କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜଣେ ଦିଲ୍ଲୀର ହୋଇଥିବା ବେଳେ ଅନ୍ୟ ଜଣେ ତେଲାଙ୍ଗାନାର ହୋଇଥିବା ଜଣାପଡିଛି ।
ଦିଲ୍ଲୀର ସଂକ୍ରମିତ ହୋଇଥିବା ବ୍ୟକ୍ତି ଜଣକ ନିକଟରେ ଇଟାଲୀରୁ ଫେରିଥିଲେ । ଯେଉଁଠି ଏବେ କରୋନା ଭାଇରସ ସଂକ୍ରମଣରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ତେଲେଙ୍ଗାନାର ବ୍ୟକ୍ତି ଜଣକ କିଛି ଦିନ ପୂର୍ବେ ଦୁବାଇରୁ ଫେରିଥିବା ଜଣାପଡିଛି । ତେବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ପିଆଇବି ସୂଚନା ଦେଇଛି ।
କରୋନା ଭୂତାଣୁ ସଂକ୍ରମଣରେ ଏଯାଏଁ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ୮୮ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.