Latest Odisha News

BREAKING NEWS

ପଙ୍ଗପାଳ ଆକ୍ରମଣ ନେଇ ଚାଷୀ ଛନକା, ଓୟୁଏଟି ଦେଲା ପରାମର୍ଶ

ଭୁବନେଶ୍ୱର: ଓଡ଼ିଶା ମୁହାଁ ପଙ୍ଗପାଳ । ଏହାକୁ ନେଇ ଚାଷୀ ମଧ୍ୟରେ ଛନକା ପସିଛି । ପାକିସ୍ତାନରୁ ବାହାରିଥିବା ଏଇ ପଙ୍ଗପାଳ ରାଜସ୍ଥାନର ୧୮ ଜିଲ୍ଲାରେ ଫସଳ ନଷ୍ଟ କରିବା ପରେ ମଧ୍ୟପ୍ରଦେଶକୁ ଏଣ୍ଟ୍ରୀ କରିଥିଲା । ସେଠାରେ ୧୨ ଜିଲ୍ଲାର ଫସଲ ସଫା କରିଦେବା ପରେ ଏବେ ଉତ୍ତରପ୍ରଦେଶର ଫସଳ ନଷ୍ଟ କରିଛି । ତେଣୁ ପଙ୍ଗପାଳ ଦଳ ଓଡ଼ିଶା ଆସିବାର ମଧ୍ୟ ସମ୍ଭାବନା ରହିଛି । ଯାହାକୁ ଦୃଷ୍ଟିରେ ରଖି ଓୟୁଏଟି ଅଧିନ ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଚାଷୀଙ୍କୁ ସତର୍କ କରାଯାଇଛି ।ଓୟୁଏଟି ଏକ୍ସଟେନ୍ସନ ଡିନ୍ ଲଳିତ ମୋହନ ଗଡ଼ନାୟକ କହିଛନ୍ତି, ଓଡିଶା ଚାଷୀ ପଙ୍ଗପାଳ ପାଇଁ ବ୍ୟସ୍ତ ହେବା ଆବଶ୍ୟକ ନାହିଁ । ଓଡିଶାରେ ନିକଟ ଅତୀତରେ କେବେ ପଙ୍ଗପାଳ ଆକ୍ରମଣ ହୋଇନାହିଁ । ପୂର୍ବ ଆଫ୍ରିକାରେ ଅଦିନିଆ ବର୍ଷା ଫଳରେ ଏହି ପଙ୍ଗପାଳଙ୍କ ଉତ୍ପତ ହୋଇଛି । ଏହାକ୍ରମେ ଭାରତର କିଛି ରାଜ୍ୟକୁ ଆସିଯାଇଛନ୍ତି । ଲିମ୍ବ ତେଲ ଫସଲରେ ପ୍ରୟୋଗ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ପଡୋଶୀ ରାଜ୍ୟ ଛତିଶଗଡକୁ ଆସନ୍ତି ତେବେ ସୀମାନ୍ତବର୍ତୀ ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା ରହିଛି ।

ସେପଟେ ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୃଷି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକଙ୍କୁ ନେଇ ଆଲୋଚନା ହୋଇଛି । ରାଜ୍ୟରେ ପଙ୍ଗୁପାଳ ଆକ୍ରମଣରୁ ଫସଲକୁ ରକ୍ଷା କରିବା ପାଇଁ ରଣନୀତି ପ୍ରସ୍ତୁତ ହେଉଛି ।

Leave A Reply

Your email address will not be published.