Latest Odisha News

BREAKING NEWS

‘ଓଡିଶା ମେଡ୍ ଏକ୍ସପୋ’ ନଭେମ୍ବର ୩୦ରୁ ଭୁବନେଶ୍ୱରରେ ଆରମ୍ଭ

ଭୁବନେଶ୍ୱର : ଓଡିଶା ମେଡ୍ ଏକ୍ସପୋ ନଭେମ୍ବର ୩୦ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି । ଏହି ପ୍ରଦର୍ଶନୀରେ ପାଖାପାଖି ୧୨୦ଟି ଷ୍ଟଲ ପ୍ରଦର୍ଶିତ ହେବାକୁ ଯାଉଥିବା ସ୍ଥଳେ ଡିସେମ୍ବର ୨ ତାରିଖରେ ଉଦଯାପିତ ହେବ ।

ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଏହି ‘ଓଡିଶା ମେଡ୍ ଏକ୍ସପୋ’ ବିଭିନ୍ନ ହସ୍ପିଟାଲର ମେଡିକାଲ ଯନ୍ତ୍ରପାତି ସହିତ ନୂତନ ବୈଷୟିକ ଜ୍ଞାନକୌଶଳ ପ୍ରଦର୍ଶିତ ହେବ । ଏହି ଏକ୍ସପୋରେ ମୁଖ୍ୟତଃ ଉଭୟ ଘରୋଇ ଏବଂ ସରକାରୀ ହସ୍ପିଟାଲର ଡାକ୍ତର ଓ ବିଶେଷଜ୍ଞମାନେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ପ୍ରଦର୍ଶନୀ ଭୁବନେଶ୍ୱରସ୍ଥିତ ସମ ହସ୍ପିଟାଲର କ୍ୟାମ୍ପସ ୨ ଗ୍ରାଉଣ୍ଡ ସ୍ଥଳେ ଏହାକୁ ମଙ୍ଗଳମ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ସୋଆ ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଆୟୋଜିତ କରାଯାଉଛି ।

‘ଓଡିଶା ମେଡ୍ ଏକ୍ସପୋ’ର ଏହା ହେଉଛି ଦ୍ୱିତୀୟ ସଂସ୍କରଣ । “ଡାକ୍ତରୀ ବିଜ୍ଞାନରେ ବ୍ୟବହୃତ ହେଉଥିବା ଅତ୍ୟାଧୁନିକ ବୈଷୟିକ ଜ୍ଞାନକୋ÷ଶଳକୁ ପ୍ରଦର୍ଶିତ କରିବା ହିଁ ଏହି ଏକ୍ସପୋକୁ ଆୟେଜନା କରିବାର ମୁଖ୍ୟ ଉଦ୍ଦେଶ୍ୟ । ଏହା ମାଧ୍ୟମରେ ଆମେ ଦେଖାଇବାକୁ ଚାହୁଁଛୁ ଏହା ମାଧ୍ୟମରେ ରୋଗୀମାନେ କିପରି ବିଶେଷଭାବେ ଉପକୃତ ହୁଅନ୍ତି, ତାହା ଏଠାରେ ପ୍ରଦର୍ଶିତ କରାଯିବ । ଆହୁରି ମଧ୍ୟ ସର୍ବୋକୃଷ୍ଟ ବୈଷୟିକ ଜ୍ଞାନକୌଶଳ ଓଡିଶାର ରୋଗୀମାନଙ୍କୁ ସୁଲଭ ଦରରେ ଯୋଗାଇ ଦେବା ପାଇଁ ଆମେ ଚେଷ୍ଟା କରୁଛୁ” ବୋଲି ଆୟୋଜକ ପ୍ରଫେସର ମନୋଜ କୁମାର ସାହୁ ସୂଚନା ଦେଇ କହିଥିଲେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶ ତଥା ବିଦେଶରୁ ପ୍ରାୟ ୧୦୦ଟି କମ୍ପାନୀ ଏହି ପ୍ରଦର୍ଶନୀରେ ଭାଗ ନେଇ ତାଙ୍କର ସାମଗ୍ରୀ ଗୁଡିକୁ ପ୍ରଦର୍ଶିତ କରିବେ ।

Leave A Reply

Your email address will not be published.