Latest Odisha News

BREAKING NEWS

ଭାରତର ଜବରଦସ୍ତ ଖେଳ ପ୍ରଦର୍ଶନ, ଭାରତ-ବେଲଜିୟମ ମ୍ୟାଚ ୨-୨ରେ ଡ୍ର

ଭୁବନେଶ୍ୱର: ସଂଘର୍ଷପୂର୍ଣ୍ଣ ମ୍ୟାଚ ଖେଳି ଘରୋଇ ଭାରତୀୟ ଦଳ ଅପେକ୍ଷାକୃତ ଶକ୍ତିଶାଳୀ ବେଲଜିୟମ ସହିତ ମ୍ୟାଚ ଡ୍ର ରଖିବାରେ ସକ୍ଷମ ହୋଇଛି ।

ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଆଜି ଅନୁଷ୍ଠିତ ହୋଇଥିବା ଏହି ରୋମାଞ୍ଚକର ମ୍ୟାଚରେ ୩ୟ କ୍ୱାର୍ଟର୍ ସୁଦ୍ଧା ୧-୧ରେ ସମାନସ୍ତରରେ ଥିଲା । ତେବେ ୪ର୍ଥ କ୍ୱାର୍ଟରେ ଭାରତ ପକ୍ଷରୁ ଏକ ସୁନ୍ଦର ଗୋଲ ସ୍କୋର ବଳରେ ଭାରତ ୨-୧ରେ ଅଗ୍ରଣୀ ଲାଭ କରିଥିଲା ।

ତେବେ ବେଲଜିୟମ ପକ୍ଷରୁ ୪ର୍ଥ କ୍ୱାର୍ଟରରେ ଏକ ଗୋଲ ସ୍କୋର ଯୋଗୁଁ ମ୍ୟାଚ ଶେଷ କ୍ଷଣ ପର୍ଯ୍ୟନ୍ତ ୨-୨ରେ ସମାନ ସ୍ତରରେ ରହିଥିଲା । ଉଭୟ ଦଳ ପକ୍ଷରୁ ଗୋଲ ପୋଷ୍ଟ ଉପରେ ଘନଘନ ଆକ୍ରମଣ ହେଉଥିଲେ ମଧ୍ୟ ଦୁଇଦଳର ଡ଼ିଫେଣ୍ଡରମାନେ ସୁନ୍ଦର ଗୋଲ ରକ୍ଷଣ କରିବାର ଦେଖିବାକୁ ମିଳିଥିଲା । ପୂର୍ବାପେକ୍ଷା ଭାରତୀୟ ଟିମ୍ ଏହି ମ୍ୟାଚରେ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଦର୍ଶକଙ୍କ ମନକୁ ଛୁଇଁ ପାରିଛନ୍ତି ।

Leave A Reply

Your email address will not be published.