Latest Odisha News

BREAKING NEWS

ଓଡ଼ିଶା ଖଣି ଆବଣ୍ଟନ ପ୍ରକ୍ରିୟା: ବଲଦା ଖଣି ସେରାଜୁଦ୍ଦିନ କମ୍ପାନୀକୁ ମିଳିଲା

ଭୁବନେଶ୍ୱର: ଓଡ଼ିଶାରେ ଖଣି ଆବଣ୍ଟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ବଲଦା ଲୁହାପଥର ଖଣି ସିରାଜୁଦ୍ଦିନ ଏଣ୍ଡ କମ୍ପାନୀ ହାତରେ ପୂର୍ବପରି ରହିଲା ।

କେନ୍ଦୁଝର ଜିଲ୍ଲାରେ ଥିବା ଏହି ଖଣିକୁ ୧୧୮.୦୫ ପ୍ରତିଶତ ରାଜ୍ୟ ସରକାରଙ୍କୁ ବିକ୍ରିମୂଲ୍ୟ ଦେବାର ନିଷ୍ପତ୍ତି ନେଇ ସିରାଜୁଦ୍ଦିନ୍ କମ୍ପାନୀ ପୂର୍ବପରି ବଜାୟ ରଖିପାରିଛି ।

ଅନ୍ତିମ ଦୌଡ଼ରେ ୧୩ଟି ଖଣି କମ୍ପାନୀ ରହିଥିବା ବେଳେ ପ୍ରମୁଖ କମ୍ପାନୀମାନଙ୍କ ମଧ୍ୟରେ ଥିଲେ ସିରାଜୁଦ୍ଦିନ୍ ଏଣ୍ଡ କମ୍ପାନୀ, ଆରସେଲର୍ ମିତ୍ତଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିଃ, ଜେଏସଡ଼ବ୍ଲ୍ୟୁ ଷ୍ଟିଲ, ଆଦାନୀ ଏଣ୍ଟରପ୍ରାଇଜେସ ଲିଃ ଏବଂ ରୁଙ୍ଗଟା ମାଇନ୍ସ କମ୍ପାନୀ ।

ଭାରତର ବୃହତମ ଲୁହାପଥର ଖଣି ଭାବେ ପରିଚିତ ବଲଦା ଖଣିରେ ଆନୁମାନିକ ୨୦୦.୧୧ ମିଲିୟନ ଟନର ଲୁହାପଥର ରହିଥିବା ଜଣାପଡ଼ିଛି । ଏହି ଖଣି ବାର୍ଷିକ ୧୫.୫ ମିଲିୟନ ଟନ ଲୁହାପଥର ଉତ୍ପାଦନ କରିପାରିବାର କ୍ଷମତା ରଖିଛି ।

ଗତ ଅକ୍ଟୋବରରେ ୧୬ଟି ଖଣିଜ ବ୍ଲକ ନିମନ୍ତେ ଓଡ଼ିଶା ସରକାରଙ୍କ ଖଣି ନିର୍ଦ୍ଦେଶାଳୟ ପକ୍ଷରୁ ନିଲାମ ଆବେଦନ ଲାଗି ଆହ୍ୱାନ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଜେଏସଡ଼ବ୍ଲ୍ୟୁ ଷ୍ଟିଲ୍ସ ନୂଆଗାଁ ଓ ନାରାୟଣପୋଷୀ ମାଇନ୍ସ ପାଇପାରିଥିଲା । ସେହିପରି ଭାବେ ୯୮୦ ମିଲିୟନ ଟନର ଖଣିଜ ପଦାର୍ଥ କ୍ଷମତା ରଖିଥିବା ତୃତୀୟ ଲୁହାପଥର ଖଣିକୁ ଆରସେଲର୍ ମିତ୍ତଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିଃ ଅକ୍ତିଆର କରିପାରିଛି ।

Leave A Reply

Your email address will not be published.