Latest Odisha News

BREAKING NEWS

ଜାଡ଼ରେ ଥରୁଛି ଓଡ଼ିଶା: ୧୫ ଡିଗ୍ରୀ ତଳେ ୧୩ ସହରର ପାରଦ

ଭୁବନେଶ୍ୱର: ଜାଡ଼ ଥରାଇଲାଣି । ରାତିରେ ଖସୁଛି ପାରଦ । ରାଜ୍ୟରେ ଶୀତ ବଢୁଛି । ୧୩ଟି ଜିଲ୍ଲାରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ୍ ତଳକୁ ଖସିଛି । ଦାରିଙ୍ଗିବାଡ଼ିରେ ହାଡଭଙ୍ଗା ଶୀତ । ୯ ଡିଗ୍ରୀ ତଳକୁ ଖସିଛି ତାପମାତ୍ରା । ସେଠାରେ ୮.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ୯.୪ ଡିଗ୍ରୀ ସହ ଦ୍ୱିତୀୟ ସର୍ବାଧିକ ଶୀତଳ ସହର ହୋଇଛି ସୋନପୁର ।

ଫୁଲବାଣୀ ୧୦.୫, ଅନୁଗୁଳରେ ୧୧, ବାରିପଦା ଓ କେନ୍ଦୁଝରରେ ୧୨ ଏବଂ ଝାରସୁଗୁଡ଼ାରେ ରେକର୍ଡ ହୋଇଛି ୧୨.୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା । ସେହିପରି ଭବାନୀପାଟଣା ୧୨.୨, ତାଳଚେର ୧୨.୩, କୋରାପୁଟ ୧୨.୬ ଏବଂ ବୌଦ୍ଧ ଓ କଟକରେ ରାତିର ତାତି ଥିଲା ୧୪ ଡିଗ୍ରୀ ସେଲସିୟସ୍ ।

ବଲାଙ୍ଗିରରେ ରେକର୍ଡ କରାଯାଇଛି ୧୪.୮ ଓ ଭୁବନେଶ୍ୱରରେ ୧୬ ଡିଗ୍ରୀ ତାପମାତ୍ରା ରହିଛି । ଆଗକୁ ତାପମାତ୍ରା ଆହୁରି ହ୍ରାସ ପାଇବା ସମ୍ଭାବନା ରହିଛି ।

Leave A Reply

Your email address will not be published.