Latest Odisha News

BREAKING NEWS

କରୋନା ଟୀକାକରଣ ପାଇଁ ସରକାରଙ୍କ ପ୍ରସ୍ତୁତି, ଜୁଲାଇ ସୁଦ୍ଧା ୨୫୦-୩୦୦ ନିୟୁତ ଲୋକଙ୍କୁ ଭ୍ୟାକସିନ୍

ନୂଆଦିଲ୍ଲୀ: କେବେ ମିଳିବ କରୋନା ଟିକା ? ପ୍ରଥମେ ଟିକା କାହାକୁ ଦିଆଯିବ ? ଏନେଇ ପ୍ରସ୍ତୁତି ଚଳାଇଛନ୍ତି ସରକାର । ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ପ୍ରାଥମିକତା ଭିତ୍ତିରେ ପ୍ରାୟ ୩୦ ନିୟୁତ ସ୍ବାସ୍ଥ୍ୟ ସେବା ଓ ଆଗ ଧାଡିର କର୍ମଚାରୀଙ୍କ ସମେତ ଅତି କମରେ ୨୫୦-୩୦୦ ନିୟୁତ ଲୋକଙ୍କୁ ଟୀକାକରଣ କରିବାକୁ ପ୍ରସ୍ତୁତ ହେଉଛନ୍ତି ସରକାର । ଏଥିପାଇଁ ୫୦୦-୬୦୦ ନିୟୁତ ଡୋଜ୍ କିଣାଯାଉଛି ।

ସାରା ଦେଶରେ ଟୀକାକରଣ ପ୍ରକ୍ରିୟାକୁ ସଫଳତାର ସହ ଆରମ୍ଭ କରିବା ପାଇଁ କେନ୍ଦ୍ର ରାଜ୍ୟମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିଛି । ଟିକା ବ୍ୟବହାର ପାଇଁ ଉପଲବ୍ଧ ହେବା ପରେ ଆସନ୍ତାବର୍ଷ ପ୍ରଥମ ତିନି ମାସ ମଧ୍ୟରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ବର୍ଷ ଆରମ୍ଭରେ ନିର୍ମାତାମାନଙ୍କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି । ପରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ତଥ୍ୟ ବିଶ୍ଳେଷଣ କରିବା ପରେ ସାଧାରଣ ଲୋକଙ୍କ ପାଇଁ ମାର୍କେଟିଂ ଅନୁମୋଦନ ମିଳିବ ।

ଟୀକାକରଣର ଗୁରୁତ୍ବପୂର୍ଣ୍ଣ ଅଂଶ ହେଉଛି ସଠିକ୍ ଲୋକଙ୍କ ତାଲିକା ସଂଗ୍ରହ କରିବା । ପ୍ରଥମ ପର୍ଯ୍ୟାୟରେ ଟିକା ଦେବା ପାଇଁ ରାଜ୍ୟମାନଙ୍କୁ ତାଲିକା ପ୍ରସ୍ତୁତ କରିବାକୁ କୁହାଯାଇଛି । ପ୍ରାରମ୍ଭରେ ପ୍ରାୟ ୩୦ ନିୟୁତ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କୁ ଟୀକାକରଣ ଉପରେ ଦୃଷ୍ଟି ରଖାଯାଇଛି । ସ୍ବାସ୍ଥ୍ୟ ସେବା ସହ ଜଡିତ କର୍ମଚାରୀ, ୬୫ ବର୍ଷରୁ ଅଧିକ, ୫୦ର ୬୫ ବର୍ଷର ବ୍ୟକ୍ତି, ୫୦ ବର୍ଷରୁ କମ୍ ବିଭିନ୍ନ ରୋଗରେ ଆକ୍ରାନ୍ତ ଓ କରୋନା ଯୋଦ୍ଧାଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦିଆଯିବ ।

Leave A Reply

Your email address will not be published.