Latest Odisha News

BREAKING NEWS

ଟ୍ରାଫିକ ଜୋରିମାନା କୋହଳ କରିବାନେଇ ଇଙ୍ଗିତ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଯାନବାହନ ଆକ୍ଟ ୨୦୧୯ ନିୟମ ଅନୁଯାୟୀ ଏବେ ଉଲ୍ଲଂଘନକାରୀଙ୍କଠୁ ଜୋରଦାର୍ ଜୋରିମାନା ଆଦାୟ କରାଯାଉଛି, ସାଧାରଣ ମୋଟର ଚାଳକମାନଙ୍କ ପ୍ରତି ଏହା ଅତିରିକ୍ତ ହୋଇଯାଉଥିବା ସାଧାରଣରେ ମଧ୍ୟ ଉତ୍ତେଜନା ପ୍ରକାଶ ପାଇଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ମଙ୍ଗଳବାର ଦିନ ଏସମ୍ପର୍କରେ କୌଣସି ପରିବର୍ତ୍ତତ ନିଷ୍ପତ୍ତି ଗ୍ରହଣ କରିବାକୁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହେଉଛି ।

ଗଣମାଧ୍ୟମକୁ ସୂଚନାଦେଇ ସୋମବାର ଦିନ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଏହି ଜୋରିମାନା ଆଦାୟକୁ କୋହଳ କରିବା ଲାଗି ସରକାର ଚିନ୍ତା କରୁଛନ୍ତି ।

କେନ୍ଦ୍ର ସରକାରଙ୍କ ଏହି ନିମୟକୁ ବଦଳାଇବାକୁ କୌଣସି ନିୟମ ନଥିଲେ ମଧ୍ୟ ଏହାର ସଂଶୋଧନ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ବିକଳ୍ପ ରହିଛି । ରାଜ୍ୟ ପରିବହନ ମନ୍ତ୍ରୀ ଏନେଇ କହିଛନ୍ତି, ଆସନ୍ତାକାଲି ଏକ ଉଚ୍ଚସ୍ତରୀୟ ବୈଠକରେ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯିବ ।

Leave A Reply

Your email address will not be published.