ଭୁବନେଶ୍ୱର: ପୁଣିଥରେ ବିବାଦ ଘେରରେ ରହିଛନ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ନିଜେ ଦେଇଥିବା ବୟାନ ପାଇଁ ଲୋକହସା ହେବାକୁ ପଡିଛି । ତାଙ୍କର ବିବାଦୀୟ ବୟାନ ପାଇଁ ଅପଦସ୍ତ ହୋଇଛନ୍ତି ସରକାର । ୫ କିଲୋ ଏଲପିଜି ଗ୍ୟାସ ବନ୍ଦ ହେବ ବୋଲି କହିଥିଲେ ମନ୍ତ୍ରୀ । ଏପରିକି ଖୋଲା ଗ୍ୟାସ ମିଳିବ ନାହିଁ କି ଖୋଲା ବଜାରରେ ଗ୍ୟାସ ବିକ୍ରି ହେବ ନାହିଁ ବୋଲି କହିଥିଲେ । ଯେଉଁମାନେ ବୁକିଂ କରିବେ ସେହିମାନେ ହିଁ ନେବେ ବୋଲି କହିଥିଲେ । ଖୋଲା ବଜାରରେ କେବଳ ଏଜେନ୍ସି ବିକିବେ ବୋଲି କହିଥିଲେ.. ଟିକିଏ ଆସନ୍ତୁ ଶୁଣିବା କଣ କହିଥିଲେ ମନ୍ତ୍ରୀ ।
ମନ୍ତ୍ରୀଙ୍କ ଏଭଳି ବିବାଦୀୟ ବୟାନ ପରେ ସାରା ରାଜ୍ୟରେ ଚହଳ ପଡିଯାଇଥିଲା । ଆଉ ତୁରନ୍ତ ମନ୍ତ୍ରୀଙ୍କ ଏହି କଥାକୁ ସଚିବ କାଟିଛନ୍ତି । ସଚିବ ତାଙ୍କ କଥା କାଟିବା ପରେ ମନ୍ତ୍ରୀଙ୍କ କଥାକୁ ନେଇ ରାଜ୍ୟର ବିଭିନ୍ନ ମହଲରେ ଆଲୋଚନା ଚାଲିଛି । ଲୋକଙ୍କ ମୁଖ୍ୟମନ୍ତ୍ରୀଭାବେ ପରିଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧାସଳଖ ଲୋକଙ୍କୁ ସୂଚନା ଦେଉଛନ୍ତି । ହେଲେ ତାଙ୍କ କ୍ୟାବିନେଟରେ ଥିବା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିବାଦୀୟ ବୟାନ ସରକାରଙ୍କୁ ଅଡୁଆରେ ପକାଇଛି । ଥରେ ନୁହେଁ ଦୁଇଥର ନୁହେଁ ସେ ବାରମ୍ବାର ଏଭଳି ବୟାନ ଦେଇ ସରକାରଙ୍କୁ ଅଡୁଆରେ ପକାଉଛନ୍ତି । ଆଗରୁ ସେ ପିଏନଜି,ଆଳୁ, ଧାନବିକ୍ରି ପ୍ରସଙ୍ଗରେ କହି ସମାଲୋଚନାର ଶିକାର ହୋଇଥିଲେ । ମନଇଛା ବୟାନ ଦେବାରୁ ସରକାର ଅପଦସ୍ତ ହେଉଥିବା କୁହାଯାଉଛି ।
ମନ୍ତ୍ରୀଙ୍କ ବୟାନ ଦ୍ୱନ୍ଦ ସୃଷ୍ଟି କରୁଥିବାରୁ ଜନତାଙ୍କ ନିକଟକୁ ଭୂଲ ବାର୍ତ୍ତା ଯାଉଛି । ସେଥିପାଇଁ ଲୋକେ ମନ୍ତ୍ରୀଙ୍କୁ ଅତି ହାଲକାଭାବେ ନେବା ସହ ଉପହାସ ମଧ୍ୟ କରୁଛନ୍ତି । ଏପରିକି ସାଧାରଣରେ ମନ୍ତ୍ରୀ ଓ ବିଭାଗ ମଧ୍ୟରେ ସମନ୍ୱୟ ନଥିବା ଚର୍ଚ୍ଚା ହେଉଛି । ମନ୍ତ୍ରୀଙ୍କ ଏଭଳି ବିଭ୍ରାନ୍ତିକର ମନ୍ତବ୍ୟ ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ତାତ୍ସଲ୍ୟ କରିଛନ୍ତି । ମନ୍ତ୍ରୀ ଏମିତି ସବୁବେଳେ ଭୂଲ କରନ୍ତି । କେବଳ ଏହି ମନ୍ତ୍ରୀ ନୁହଁନ୍ତି ପୁରା ସରକାର ସମସ୍ତେ ଭୂଲ କରନ୍ତି ଏବଂ ପୁଣିଥରେ ତାହାକୁ କରେକସନ କରନ୍ତି ବୋଲି କହିଛନ୍ତି ତାରା । ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ପାଇଁ ଅପଦସ୍ତ ହୋଇଛନ୍ତି ସରକାର । ଯଦି ଏବେଠାରୁ ଏହି ମନ୍ତ୍ରୀଙ୍କୁ ନଜଗନ୍ତି ତେବେ ଆଗାମୀ ଦିନରେ ବାରବର୍ଷର ତପ ଶୁଖୁଆ ପୋଡାରେ ଯାଇପାରେ ବୋଲି ବୁଦ୍ଧଜୀବୀମାନେ ମତ ଦେଇଛନ୍ତି ।