Latest Odisha News

BREAKING NEWS

ସୁବର୍ଣ୍ଣ କଳସ ଦାନ ପରେ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ

ନାସିକ୍‌ : ପୁଣି ଚର୍ଚ୍ଚାରେ ସ୍ୱାସ୍ଥ୍ୟମନ୍ତ୍ରୀ । ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ସୁବର୍ଣ୍ଣ କଳସ ଦାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ଏହି ସୁବର୍ଣ୍ଣ କଳସଟି ୭ଶହ ଗ୍ରାମର ସୁନା ଓ ୫କେଜି ରୂପାରେ ନିର୍ମିତ ହୋଇଛି  । ଏହି ସୁବର୍ଣ୍ଣ କଳସର ମୂଲ୍ୟ କୋଟିଏ ଟଙ୍କା  ।

ସୂଚନା ଅନୁଯାୟୀ, ଗତ ଶନିବାର ଶନି ଅମାବାସ୍ୟାରେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ତାଙ୍କ ଝିଅ ମହାରାଷ୍ଟ୍ର ଯାଇ ଶନି ଅଭିଷେକ କରିଥିଲେ।ଏକ ଭିଡିଓରେ ନବଦାସ ନିଜ ପରିବାର ସହ ଶନି ଶିଙ୍ଗନାପୁର ମନ୍ଦିରରେ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଆଗକୁ ନବଦାସଙ୍କ ଝିଅ ନିର୍ବାଚନ ଲଢ଼ିବା କଥା ନେଇ ଚର୍ଚ୍ଚା ହେଉଥିବା ବେଳେ ଏପରି ପୂଜାର୍ଚ୍ଚନା କରି ଆଗାମୀ ଦିନରେ ସୁଫଳ ଆଣିବ ବୋଲି ଆଶା କରାଯାଉଛି  । ଏଥିସହ କୁହାଯାଉଛି କି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ଗ୍ରହ ରିଷ୍ଟ ଖଣ୍ଡନ ନିମନ୍ତେ ଏହି ପୂଜାର୍ଚ୍ଚନା କରୁଛନ୍ତି ।

ଶନି ମନ୍ଦିରକୁ ସୁନା କଳସ ଦେବା ପରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ନବ ଦାସ  । କହିଲେ ତ୍ରିବେଣୀ ଅମାବାସ୍ୟାରେ ଦାନ କଲେ ପୂଣ୍ୟ ମିଳେ । ଓଡ଼ିଶାର ସମସ୍ତେ ଖୁସିରେ ରୁହନ୍ତୁ  । ଓଡ଼ିଶାର ଅଧିକ ଉନ୍ନତି ହେଉ ଶନିଦେବଙ୍କୁ ମାଗିଲି । ଏହା କହିଛନ୍ତି ମନ୍ତ୍ରୀ ନବ ଦାସ

ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ କିଛି ବର୍ଷ ପୂର୍ବେ ୮୦ ଟି ଗାଡ଼ି କିଣି ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ବର୍ତ୍ତମାନ ମହାରାଷ୍ଟ୍ରର ଶନି ଶିଙ୍ଗନାପୁର ମନ୍ଦିରକୁ ସୁବର୍ଣ୍ଣ କଳସ ଦାନ କରି ଗଣମାଧ୍ୟମକୁ ଚର୍ଚ୍ଚାର ଖୋରାକ୍‌ ଯୋଗାଇଛନ୍ତି ।

Comments are closed.