Latest Odisha News

BREAKING NEWS

ବଦଳିବ ପ୍ରାଥମିକ ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଡ୍ରେସ କୋଡ: ଗୋଲାପି ନୁହେଁ ପିନ୍ଧିବେ ମଠାରଙ୍ଗର ଶାଢୀ

ଭବନେଶ୍ୱର: ପ୍ରାଥମିକ ଓ ମାଧ୍ୟମିକ ସ୍କୁଲ ଶିକ୍ଷୟିତ୍ରୀମାନେ ଆଉ ଗୋଲାପି ଶାଢୀ ପିନ୍ଧିବେନି କି ଶିକ୍ଷକମାନେ କଳାପ୍ୟାଣ୍ଟ ନୀଳ ସର୍ଟ ପିନ୍ଧିବେନି । ବଦଳିବ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଡ୍ରେସ କୋଡ । ପ୍ରାଥମିକଠୁ ହାଇସ୍କୁଲ ପର୍ଯ୍ୟନ୍ତ ସବୁ ସ୍କୁଲର ଶିକ୍ଷକ-ଶିକ୍ଷୟିତ୍ରୀଙ୍କର ଗୋଟିଏ ଡ୍ରେସ କୋଡ ରହିବ । ଶିକ୍ଷୟିତ୍ରୀମାନେ ମଠା ରଙ୍ଗର ଶାଢୀ ସାଙ୍ଗକୁ ମେରୁନ ବ୍ଲାଉଜ ଏବଂ ଶିକ୍ଷକମାନେ କଳାପ୍ୟାଣ୍ଟ ସାଙ୍ଗକୁ ଧଳା ସର୍ଟ ପିନ୍ଧିବେ । ଏହି ପ୍ରସ୍ତାବ ୨୦୨୩-୨୪ ଶିକ୍ଷାବର୍ଷରୁ ଲାଗୁ କରିବା ପାଇଁ ସରକାର ସ୍ଥିର କରିଛନ୍ତି ।

୨୦୧୦ରୁ ପ୍ରାଥମିକ ଏବଂ ଉଚ୍ଚବିଦ୍ୟାଳୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଡ୍ରେସକୋଡ ଲାଗୁ କରାଯାଇଥିଲା  । ତେବେ ଏହି ଡ୍ରେସ କୋଡ ପରିବର୍ତ୍ତନ ପାଇଁ ଅନେକ ଦିନରୁ ଦାବି ହୋଇ ଆସୁଥିଲା । ଏବେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି । ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚବିଦ୍ୟାଳୟଗୁଡିକୁ ସରକାର ଗୋଟିଏ କ୍ୟାମ୍ପସରେ ରଖିବା ପାଇଁ ଯୋଜନା କରିବାକୁ ଯାଉଛନ୍ତି । ତେଣୁ ଗୋଟିଏ କ୍ୟାମ୍ପସରେ ଭିନ୍ନ ଭିନ୍ନ ଡ୍ରେସକୋଡ ଲାଗୁ ହେଲେ ପରସ୍ପର ମଧ୍ୟରେ ଭେଦଭାବ ସୃଷ୍ଟି ହେଉଛି । ତେଣୁ କମ୍ପୋଜିଟ ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀଙ୍କ ଡ୍ରେସ କୋର୍ଡ ଏକା ପ୍ରକାର କରିବା ପାଇଁ  ସରକାର ନିଷ୍ପତ୍ତି ନେଇଛନ୍ତି ।

ତେବେ ଗଣଶିକ୍ଷା ବିଭାଗ ପକ୍ଷରୁ ମିଳିିଥିବା ସୂଚନା ଅନୁଯାୟୀ, ଡ୍ରେସ କୋଡ ପରିବର୍ତ୍ତନ ପାଇଁ ଆଲୋଚନା ଚାଲିଛି । ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଡ୍ରେସ କୋଡ ଅଲଗା ହେବାରୁ ଭେଦଭାବ ସୃଷ୍ଟି ହେଉଛି । ତେଣୁ ସମସ୍ତଙ୍କର ଗାେଟିଏ ପ୍ରକାର ଡ୍ରେସ କୋଡ କରାଯିବ । ଯୁକ୍ତ ଦୁଇ ବିଭାଗ ଏବେ ଗଣଶିକ୍ଷା ବିଭାଗ ଅଧୀନକୁ ଆସିବ । ଏମାନଙ୍କର ପର୍ବରୁ ଡ୍ରେସକୋଡ କରାଯାଇ ନ ଥିବାବେଳେ ଏବେ କରାଯିବ ବୋଲି ସୂଚନା ମିଳିଛି ।

 

Leave A Reply

Your email address will not be published.