Latest Odisha News

BREAKING NEWS

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ କରୋନା ସଂକ୍ରମିତ

ଭୁବନେଶ୍ୱର: କରୋନା ସଂକ୍ରମିତ ହୋଇଛନ୍ତି ଗ୍ରାମ୍ୟ ଉନ୍ନୟମ ତଥା ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଶ୍ରମ ମନ୍ତ୍ରୀ ।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏହାସହ ଯେଉଁମାନେ ଗତ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ପୃଥକବାସରେ ରହିବା ସହ କୋଭିଡ୍ ଟେଷ୍ଟ କରାଇବା ପାଇଁ ଅପିଲ୍ କରିଛନ୍ତି ସୁଶାନ୍ତ ସିଂ ।

ରାଜ୍ୟରେ ପ୍ରଥମ ମନ୍ତ୍ରୀ ଭାବରେ ସୁଶାନ୍ତ ସିଂ କରୋନା ସଂକ୍ରମିତ ହୋଇଛନ୍ତି । ପୂର୍ବରୁ କିଛି ବିଧାୟକ ଭୂତାଣୁ ସଂକ୍ରମିତ ହୋଇଥିଲେ ।

 

Leave A Reply

Your email address will not be published.