Latest Odisha News

BREAKING NEWS

ନିର୍ଦ୍ଦେଶକ ନିଶିକାନ୍ତ କାମତଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ଦ୍ୱନ୍ଦ; ରିତେଶ କହିଲେ ସେ ଜୀବିତ ଅଛନ୍ତି

ମୁମ୍ବାଇ: ବଲିଉଡ ନିର୍ଦ୍ଦେଶକ ତଥା ଅଭିନେତା ନିଶିକାନ୍ତ କାମତ ଏବେ ଭେଣ୍ଟିଲେଟରର ସପୋର୍ଟରେ ଥିବା ସ୍ପଷ୍ଟ କରିଛନ୍ତି ଅଭିନେତା ରିତେଶ ଦେଶମୁଖ।

ସୂଚନାନୁଯାୟୀ, ତାଙ୍କ ଦେହାନ୍ତ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ହେଲେ ଅଭିନେତା ରିତେଶ ଦେଶମୁଖ ଏହାକୁ ଖଣ୍ଡନ କରି ଟ୍ୱିଟ୍ କରିଛନ୍ତି ଯେ “ନିଶିକାନ୍ତ ଜୀବିତ ଅଛନ୍ତି, ଚାଲନ୍ତୁ ତାଙ୍କ ପାଇଁ ପ୍ରାର୍ଥନା କରିବା” ବୋଲି।

କିଛି ସମୟ ପୂର୍ବରୁ ତାଙ୍କର ମୃତ୍ୟୁ ନେଇ ମିଲାପ ଜାଫରୀ ଟ୍ୱିଟ୍ କରିଥିଲେ । ହେଲେ ପରେ ସେ ସଙ୍ଗେ ସଙ୍ଗେ ସ୍ପଷ୍ଟ କରିଥିଲେ ଯେ ନିଶିକାନ୍ତ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି ।

୫୦ ବର୍ଷୀୟ ନିଶିକାନ୍ତ ଲିଭର ସିରୋସିସ୍ ରୋଗରେ ପିଡିତ ଥିବା ସୁତ୍ରରୁ ପ୍ରକାଶ । ସେ ଅସୁସ୍ଥତା କାରଣରୁ ଦୀର୍ଘଦିନ ଧରି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ଥିଲେ ।

ସେ ୨୦୦୫ ମସିହାରେ ମରାଠି ଫିଲ୍ମ ଜରିଆରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମକୁ ଦର୍ଶକଙ୍କ ଖୁବ୍ ଭଲ ରେସପୋନ୍ସ ମିଳିଥିଲା । ଯାହା ପରେ ସେ ମରାଠି ଓ ବଲିଉଡ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ।

ନିଶିକାନ୍ତ କାମତ ଦୃଶ୍ୟମ୍‌, ମଦାରୀ ଓ ମୁମ୍ବାଇ ମେରୀ ଜାନ୍ ଭଳି ଅନେକ ବଲିଉଡ ଫିଲ୍ମରେ ନର୍ଦ୍ଦେଶନା ଦାୟିତ୍ୱ ତୁଲାଇଥିଲେ । ଏହା ଛଡା ସେ ଖୁବ୍ ଉଚ୍ଚ କୋଟିର କଳାକାର ମଧ୍ୟ।

ତାଙ୍କ ଅଭିନୀତ ଫିଲ୍ମ ଗୁଡିକ ମଧ୍ୟରେ ରହିଛି ରକି ହ୍ୟାଣ୍ଡସମ୍‌, ଡେଡି, ଜୁଲି ୨ ଏବଂ ଭାବେଶ ଯୋଶୀ ପ୍ରମୁଖ।

Leave A Reply

Your email address will not be published.