Latest Odisha News

BREAKING NEWS

ବାହାରେ ବୁଲୁଛନ୍ତି କରୋନାରେ ସଂକ୍ରମିତ ସୁର ରାଉତରାୟ

ଭୁବନେଶ୍ୱର : କରୋନାରେ ସଂକ୍ରମିତ କଂଗ୍ରେସ ବିଧାୟତ ତଥା ବରିଷ୍ଠ ନେତା ସୁର ରାଉତରାୟ । ନିକଟରେ ତାଙ୍କ ରିପୋର୍ଟ ପଜିଟିଭି ବାହାରିବା ପରେ ରାଜନୈତିକ ମହଲରେ ହଟଚମଟ ସୃଷ୍ଟି ହୋଇଥିଲା । ଖାସ କରି ସୁର ରାଉତରାୟ ବିଭିନ୍ନ ସ୍ଥାନରେ ବୁଲାବୁଲି କରୁଥିବାରୁ ଅନେକ ଲୋକ କୋକୁଆ ଭୟରେ ରହିଛନ୍ତି । ତେବେ କରୋନାରେ ସଂକ୍ରମିତ ହୋଇ ସୁଦ୍ଧା ଘରେ ବସିବାକୁ ପସନ୍ଦ କରୁନାହାଁନ୍ତି ଏହି ଚର୍ଚ୍ଚତି ନେତା । ସଙ୍ଗରୋଧ ତ ଦୂରର କଥା କରୋନାରେ ସଂକ୍ରମିତ ହୋଇ ବିନା କଟକଣାରେ ବାହାରେ ଘୁରି ବୁଲୁଛନ୍ତି ।

ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ସୁର ରାଉତରାୟ ସୁପର ସ୍ପ୍ରେଡର୍ ଭାବେ ପରିଗଣିତ ହୋଇଛନ୍ତି । ତେବେ ଜଣେ ବରିଷ୍ଠ ଲୋକପ୍ରତିନିଧି ହୋଇ ସୁଦ୍ଧା ସୁର ରାଉତରାୟଙ୍କ ଏପରି କାର୍ଯ୍ୟକଳାପକୁ ଅନେକ ନିନ୍ଦା କରିଛନ୍ତି । ଖୋଦ ରାଜଧାନୀ ଭୁବନେଶ୍ୱରରେ ଏପରି ଘଟଣାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ତଥା ପ୍ରଶାସନ କି ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି, ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.