Latest Odisha News

BREAKING NEWS

ନ୍ୟାୟ ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଆଗରେ ଶୋଇପଡ଼ିଲେ ଅସହାୟ ମହିଳା

ସୁନ୍ଦରଗଡ଼: ମହିଳା କର୍ମଚାରୀଙ୍କ ଅଭିନବ ପ୍ରତିବାଦ । ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ । ହେଲେ ତାଙ୍କୁ ନ୍ୟାୟ ମିଳିଲାନାହିଁ । ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶୋଇ ପଡ଼ିଲେ ମହିଳା । ଚାକିରି ଫେରାଇ ଦେବାକୁ ଦାବି କରି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ବାଟ ରୋକିଲେ ମହିଳା । ମହିଳା ଜଣକ ହେଉଛନ୍ତି ସଦର ବ୍ଲକ ମଝାପଡ଼ାର ପିରୋ କିଶାନ ।

ସେ ଧାରଣା ଦେଇଥିଲେ ମଧ୍ୟ କାହାର ନଜର ପଡ଼ିନଥିଲା । ଯେଉଁଥିପାଇଁ ଜିଲ୍ଲାପାଳଙ୍କ ଆଗରେ ତଳେ ଶୋଇ ପଡ଼ିଥିଲେ ମହିଳା । ଜିଲ୍ଲାପାଳ ମହିଳାଙ୍କୁ ଉଠାଇ ତାଙ୍କ ଅଭିଯୋଗର ଦାବିପତ୍ର ରଖିଛନ୍ତି । ପିରୋ କିଶାନ ଦୀର୍ଘ ୧୦ବର୍ଷ ଯାଏଁ ବିନା ପାରିଶ୍ରମିକରେ ମଝାପଡ଼ା ବାଳିକା ଉଚ୍ଚ ବିଦ୍ୟାଳୟରେ ପିଅନଭାବେ କାମ କରୁଥିଲେ । ବିଦ୍ୟାଳୟ ବ୍ଲକଗ୍ରାଣ୍ଟ ପାଇଲେ ତାଙ୍କୁ ନିଯୁକ୍ତି ମିଳିବ ବୋଲି କୁହାଯାଇଥିଲା ।

ବିଦ୍ୟାଳୟ ବ୍ଲକଗ୍ରାଣ୍ଟ ପାଇଲା ପରେ ପିରୋଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତି ମିଳିଛି । ଚାକିରି ସ୍ଥାୟୀ କରିବା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ୩୦ହଜାର ଟଙ୍କା ଲାଞ୍ଚ ମାଗିଥବା ସେ ଅଭିଯୋଗ କରିଛନ୍ତି । ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ ।

Leave A Reply

Your email address will not be published.