Latest Odisha News

BREAKING NEWS

ରାମେଶ୍ବରମରେ ଫସିଥିବା ୧୬ ଜଣ ଓଡ଼ିଆଙ୍କୁ ଫେରାଇ ଆଣିଲା ‘ଓଡ଼ିଶା ମୋ ପରିବାର’

ଭୁବନେଶ୍ବର : ଆନ୍ଧ୍ର ବର୍ଷା ବିତ୍ପାତରେ ଫସିଥିବା ୧୬ ଜଣ ଓଡ଼ିଆଙ୍କୁ ଉଦ୍ଧାର କରିଛି ଓଡ଼ିଶା ମୋ ପରିବାର । ଆନ୍ଧ୍ରପ୍ରଦେଶରେ ବନ୍ୟା ବିତ୍ପତ୍ତି ଯୋଗୁଁ ରାମେଶ୍ୱରମରେ ଫସିଥିବା ୧୬ ଜଣ ଓଡ଼ିଆ ଯାତ୍ରୀଙ୍କୁ ଉଦ୍ଧାର କରି ନିଜ ଘରକୁ ଫେରାଇ ଆଣିବାରେ ବନ୍ଦୋବସ୍ତ କରିଛି ଓଡ଼ିଶା ମୋ ପରିବାର । ଆଜି ବିମାନ ଯୋଗେ ୮ ଜଣ ଫେରିଥିବା ବେଳେ, ଆସନ୍ତାକାଲି ଆଉ ୮ ଜଣ ଘରକୁ ଫେରିବେ । ଉଦ୍ଧାର ହୋଇଥିବା ଏହି ଓଡ଼ିଆ ଯାତ୍ରୀଙ୍କ ମଧ୍ୟରେ ଅର୍ଦ୍ଧାଧିକ ବୟସ୍କ ବ୍ୟକ୍ତିଙ୍କ ସହ ମହିଳା ଓ ଶିଶୁ ଅଛନ୍ତି ।

ଏହି ଓଡ଼ିଆ ଯାତ୍ରୀ ତାମିଲନାଡୁର ରାମେଶ୍ବରମ ଭ୍ରମଣରେ ଯାଇଥିଲେ । ତୀର୍ଥ ସାରି ଶନିବାର ଓଡ଼ିଶା ଫେରିଥାନ୍ତେ । ମାତ୍ର ଆନ୍ଧ୍ରପ୍ରଦେଶରେ ପ୍ରବଳ ବନ୍ୟା ଯୋଗୁ ଅଚାନକ ସବୁ ଟ୍ରେନ୍ ବାତିଲ ହୋଇଥିଲା । ଫଳରେ ରାମେଶ୍ବରମ ଷ୍ଟେସନରେ ଫସି ରହିଥିଲେ ଏହି ଓଡ଼ିଆ ଯାତ୍ରୀ । ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଏମାନେ ଫସି ରହିଥିଲେ । ତେବେ ୨୦ ତାରିଖରେ ଓଡ଼ିଶା ମୋ ପରିବାର ଆବାହକଙ୍କୁ ଏନେଇ ଜଣାଇଥିଲେ ଫସିଥିବା ନିହାରିକା ଦାଶ । ଏନେଇ ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣାଇଥିଲେ ଆବାହକ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏନେଇ ତତ୍ପରତା ପ୍ରକାଶ କରିଥିଲେ । ଓଡ଼ିଶା ମୋ ପରିବାର ଆବାହକଙ୍କ ନିର୍ଦ୍ଦେଶରେ ସଙ୍ଗଂନର ଚେନ୍ନାଇ ପ୍ରତିନିଧି କ୍ଷୀରୋଦ ଜେନା ଓ ପଞ୍ଚାନନ ଜେନା ଅସହାୟଙ୍କ ପାଖରେ ପହଞ୍ଚି ସମସ୍ତଙ୍କର ରହଣୀ ଓ ଖାଇବାର ବନ୍ଦୋବସ୍ତ କରିଥିଲେ ।

ସେମାନଙ୍କ ପାଇଁ ଓଡ଼ିଶା ଫେରିବାର ସମସ୍ତ ବନ୍ଦୋବସ୍ତ କରାଯାଇଥିଲା । ଆଜି ୮ ଜଣ ଭୁବନେଶ୍ବରରେ ପହଞ୍ଚିଥିଲେ । ସେମାନଙ୍କୁ ପାଛୋଟି ଆଣିବା ପାଇଁ ବିମାନ ବନ୍ଦରରେ ବିଧାୟକ ବିକ୍ରମ ପଣ୍ଡା, ବିଧାୟକ ସୁଶାନ୍ତ ରାଉତ ଉପସ୍ଥିତ ଥିଲେ । ଆସନ୍ତାକାଲି ଆଉ ୮ ଜଣ ଓଡ଼ିଶା ଫେରିବେ ।

Leave A Reply

Your email address will not be published.