Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୫

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ଦେବାଧିଦେବ ହେଉଛନ୍ତି ଶ୍ରୀ ଜଗନ୍ନାଥ । ଓଡ଼ିଶାର ଧର୍ମ, ଦର୍ଶନ, ସଂସ୍କୃତି, ପରମ୍ପରା, ପ୍ରତ୍ୟେକ ଜାଗାରେ ଶ୍ରୀ ଜଗନ୍ନାଥ ଚେତନାର ଝଲକ ଦେଖିବାକୁ ମିଳେ । କାରଣ ଆମ ସଂସ୍କୃତି, ପରମ୍ପରା, ତଥା ଅଧାତ୍ମିକ ବିଚାରଧାରାର ମୁଖ୍ୟ ଆଧାର ହେଲା ଶ୍ରୀ ଜଗନ୍ନାଥ ଚେତନା । ଏକ ସମୟର ଓଡ଼ିଶାର ଗଜପତି ମନେ ଜଗନ୍ନାଥଙ୍କୁ ଶାସନ ବ୍ୟବସ୍ଥାର ମୁଖ୍ୟ ଭାବରେ ଗ୍ରହଣ କରି, ମୁକ୍ତ କଣ୍ଠରେ ପ୍ରଭୁଙ୍କୁ ରାଜାଧୀରାଜ ଓ ନିଜକୁ ତାଙ୍କରି ରାଉତ ଭାବରେ ପରିଚିତ କରାଇଥିଲେ । ତେଣୁ ପ୍ରଚଳିତ ପ୍ରବାଦ ହେଲା “ଉତ୍କଳେ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ । ”

ଏଠାରେ ଶ୍ରୀଜଗନ୍ନାଥ ଙ୍କୁ ନିର୍ଗୁଣ ପରଂବ୍ରହ୍ମ ବିବେଚନା କରିବା ସହ ସଗୁଣ ବ୍ରହ୍ମ ସତ୍ତାଟିଏ ଭାବରେ ଲୀଳାରେ (ମାନବୀୟ ଲୀଳା ) ବାନ୍ଧି ଦେଉଛନ୍ତି । କିନ୍ତୁ ଶ୍ରୀମଦ ଭାଗବତ ଗୀତାରେ ପ୍ରଦତ୍ତ ଶ୍ଳୋକଟି ପଢିଲେ ଜଣାଯାଏ ଶ୍ରୀ ଜଗନ୍ନାଥ କେବଳ ଦେବତା ନୁହନ୍ତି, ସେ ଦେବତା ମାନଙ୍କର ଅଧିପତି ଦେବାଧି ଦେବ ।

“ସର୍ବତଃ ପାଣି ପାଦଂ ତତ ସର୍ବତୋ ଆକ୍ଷି ଶୀର ମୁଖମ ସର୍ବତଃ ଶୃତିମଲୋକେ ସର୍ବମାବୃତ୍ୟ ତିଷ୍ଠତି ।” ଅର୍ଥାତ ତାଙ୍କର ସକଳ ଦିଗରେ ହସ୍ତ ଓ ପାଦ ରହିଛି, ସକଳ ଦିଗକୁ ଶୀର ଓ ମୁଖ ଇତ୍ୟାଦି ରହିଛି ଓ ଏପରି ଭାବରେ ସେ ସାରା ସଂସାରକୁ ବ୍ୟାପି ରହିଛନ୍ତି । ସେ କେବଳ ଗୋଟିଏ ନିର୍ଦ୍ଦିଷ୍ଟ କାରଣର ଦେବତା ନୁହଁନ୍ତି । ସେ ସର୍ବ କାରଣର ପରଂବ୍ରହ୍ମ । ଦେବତାମାନଙ୍କ ଆରାଧ୍ୟ ଦେବାଧି ଦେବ ଅଟନ୍ତି । ଅତିବଡ଼ିଙ୍କ ଭାଷାରେ :
“ଏ ଦାରୁବ୍ରହ୍ମ ଜଗନ୍ନାଥ, ନାମ ବ୍ରହ୍ମ ଖ୍ୟାତ ଜଗତ
ଏହାଙ୍କ ଉପାସନାକର, ତରିବ ସଂସାର ସାଗର ।”

ଜୟ ଜଗନ୍ନାଥ…

Leave A Reply

Your email address will not be published.