Latest Odisha News

BREAKING NEWS

ଜୋନାସ ନିକ ନେମ ହଟାଇଲେ ପ୍ରିୟଙ୍କା, ଛାଡପତ୍ର ନେଇ ଜୋର ଧରିଲା ଗୁଜବ !

ମୁମ୍ବାଇ:ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ହଲିଉଡର ଲୋକପ୍ରିୟ ଗାୟକ ନିକ ଜୋନାସଙ୍କ ଯୋଡି ବାହାଘର ପରଠାରୁ ବିଭିନ୍ନ କାରଣ ନେଇ ଚର୍ଚ୍ଚା ସାଁଉଟିବାରେ ଲାଗିଛନ୍ତି । ପ୍ରିୟଙ୍କା ସୋମବାର ତାଙ୍କ ଇନଷ୍ଟାଗ୍ରାମ ଆକାଂଉଟରେ ଜୋନାସ ଟାଇଟଲ ହଟାଇ ଦେଇଛନ୍ତି । ବାସ୍ ଏହା ପରଠାରୁ ଉଭୟଙ୍କ ସମ୍ପର୍କ ନେଇ ସୋସିଆଲ ସାଇଟରେ ବିଭିନ୍ନ ଆକଳନ ଆରମ୍ଭ ହୋଇଯାଇଛି ।

ପ୍ରିୟଙ୍କା-ନିକଙ୍କ ମଧ୍ୟରେ ସମ୍ପର୍କ ଭଲ ନାହିଁ ଏବଂ ଉଭୟ ଛାଡପତ୍ର ପାଇଁ ପ୍ରସ୍ତୁତ ହେଉଛନ୍ତି ବୋଲି ଖବର ପ୍ରକାଶ ପାଇଛି । ଉଭୟ ୧ ଡିସେମ୍ବର ୨୦୧୮ରେ ବିବାହ କରିଥିଲେ । ନିକଟରେ ଏହି ଯୋଡି ନୂତନ ଘର କିଣିବା ସହ ଦୀପାବଳି ଏଠାରେ ପାଳନ କରିଥିଲେ । ପ୍ରିୟଙ୍କା କିମ୍ବା ନିକ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇ ନାହାନ୍ତି ।

Leave A Reply

Your email address will not be published.