Latest Odisha News

BREAKING NEWS

ଚନ୍ଦକା ଅଭୟାରଣ୍ୟରେ ନରହନ୍ତା ଦନ୍ତାହାତୀର ମୃତ୍ୟୁ

ଭୁବନେଶ୍ୱର: ଓଡିଶାର ଯାଜପୁରରେ ଏକ ମାସ ପୂର୍ବରୁ ଯେଉଁ ହାତୀ ୪ଜଣଙ୍କ ଜୀବନ ନେଇଥିଲା, ସୋମବାର ଦିନ ଭୁବନେଶ୍ୱରର ଚନ୍ଦକା ଅଭୟାରଣ୍ୟରେ ତା’ର ମୃତ୍ୟୁ ଘଟିଛି ।

ବନ ଅଧିକାରୀଙ୍କ କହିବାନୁସାରେ, ଦନ୍ତାହାତୀ ହିଂସ୍ର ଓ ଅଣାୟତ୍ତ ହୋଇଯାଇଥିବାରୁ ତାକୁ ଲୁହା ଶିକୁଳିରେ ବାନ୍ଧି ରଖିବାକୁ ପଡିଥିଲା । ଶିକୁଳିରୁ ମୁକ୍ତ ହେବାକୁ ପ୍ରୟାସ କରିବା ସମୟରେ ଦନ୍ତାହାତୀ ଗୋଡରେ ଘା’ ହୋଇଥିଲା ଓ ପରେ ତାହା ସଂକ୍ରମିତ ହୋଇ ଯାଇଥିଲା । ଓୟୁଏଟିର ବନ ଅଧିକାରୀ ଓ ପଶୁ ଚିକିତ୍ସକଙ୍କ ପ୍ରୟାସ ସତ୍ୱେ ଦନ୍ତାହାତୀର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ବନ କର୍ମଚରୀ ୩୧ ଜାନୁୟାରୀରେ ଯାଜପୁରରୁ ଚନ୍ଦକା ଅଭୟାରଣ୍ୟର ଗୋରୀବାଡି ଅଂଚଳକୁ ନରହନ୍ତାକୁ ଆଣିଥିଲେ । କିନ୍ତୁ ପରେ ଯେତେବେଳେ ଦନ୍ତା କୁମକି ହାତୀ ଯଶୋଦା ପ୍ରତି ଆକ୍ରାମକ ହୋଇଥିଲା, ତାକୁ କୁମାରଖୁଣ୍ଟିକୁ ସ୍ଥାନାନ୍ତରିତ କରି ଗୋଡରେ ଲୁହାର ଶିକୁଳି ବନ୍ଧାଯାଇଥିଲା ।

ଓୟୁଏଟି ପଶୁ ଚିକିତ୍ସକଙ୍କ କହିବାନୁସାରେ, ଦନ୍ତାହାତୀକୁ ୫ଥର ଟ୍ରାଙ୍କୁଲାଇଜ କରାଯାଇଥିବାରୁ ତା’ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟୁଥିଲା । ଯାହାଫଳରେ ଚିକିତ୍ସା ପରେ ମଧ୍ୟ ହାତୀର ଜୀବନ ବଂଚିପାରିନଥିଲା ।

Leave A Reply

Your email address will not be published.