ଗୁଣୁପୁର : ଗୁଣୁପୁର ପୌରପରିଷଦ ନିର୍ବାଚନର ମଙ୍ଗ ଧରିଛନ୍ତି ଭାରତୀୟ ଜନତା ପାର୍ଟର ରାଜ୍ୟ ସଭାପତି ସମୀର ମହାନ୍ତି । ଏକ ବିରାଟ ପଟୁଆରରେ ଗୁଣୁପୁର ସହର ପରିକ୍ରମା କରି ଭାରତୀୟ ଜନତା ପାର୍ଟିର ଅଧକ୍ଷା ପ୍ରାଥୀ ଏବଂ କାଉନସିଲରଙ୍କୁ ଭୋଟ ଦେଇ ବିଜୟୀ କରିବା ପାଇଁ ପ୍ରଚାର କରିଛନ୍ତି ।
ସେହିଭଳି କଂଗ୍ରେସ ମଙ୍ଗ ରାୟଗଡା ଜିଲ୍ଲାର ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ୍ୟ ବିଜୟ ଗମାଙ୍ଗ ଏକ ପଦଯାତ୍ରାରେ ବାହାରିଛନ୍ତି । କଂଗ୍ରେସର ଅଧକ୍ଷା ପ୍ରାଥୀ ସୁଶ୍ରୀ ରୀନା ଶବରଙ୍କୁ ବିପୁଳ ପରିମାଣ ରେ ଭୋଟ ଦେଇ ଗୁଣୁପୁର ପୌରପରିଷଦର ବିକାଶ କରିବାକୁ ନିବେଦନ କରିଛନ୍ତି ।
ଏହି ପୌର ନିର୍ବାଚନ ରେ ମୁଖ୍ୟତଃ ବିଜୁ ଜନତା ଦଳ ସହ ସ୍ୱାଧୀନ ପ୍ରାଥୀ ଏବଂ କଂଗ୍ରେସ ର ତ୍ରିମୁଖୀ ଲଢେଇ ହେବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି । ଅନ୍ୟ ପଟେ କଂଗ୍ରେସ ଜାଣିଶୁଣି ସାଧାରଣ ବର୍ଗ ର ଆସନ ଅଧକ୍ଷା ପାଇଁ ଥିବା ବେଳେ ଖୁବ ଚତୁରତାର ସହ ଆଦିବାସୀ କାର୍ଡ ଖେଳିଥିବା ଆଲୋଚନା ହେଉଛି ।
Comments are closed.