Latest Odisha News

[ଦେଖନ୍ତୁ ଭିଡିଓ] ପୌରପରିଷଦ ନିର୍ବାଚନ ପ୍ରଚାର ଜୋରଦାର

ଗୁଣୁପୁର : ଗୁଣୁପୁର ପୌରପରିଷଦ ନିର୍ବାଚନର ମଙ୍ଗ ଧରିଛନ୍ତି ଭାରତୀୟ ଜନତା ପାର୍ଟର ରାଜ୍ୟ ସଭାପତି ସମୀର ମହାନ୍ତି ।  ଏକ ବିରାଟ ପଟୁଆରରେ ଗୁଣୁପୁର ସହର ପରିକ୍ରମା କରି ଭାରତୀୟ ଜନତା ପାର୍ଟିର ଅଧକ୍ଷା ପ୍ରାଥୀ ଏବଂ କାଉନସିଲରଙ୍କୁ ଭୋଟ ଦେଇ ବିଜୟୀ କରିବା ପାଇଁ ପ୍ରଚାର କରିଛନ୍ତି  ।

ସେହିଭଳି କଂଗ୍ରେସ ମଙ୍ଗ ରାୟଗଡା ଜିଲ୍ଲାର ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷ୍ୟ ବିଜୟ ଗମାଙ୍ଗ ଏକ ପଦଯାତ୍ରାରେ ବାହାରିଛନ୍ତି  । କଂଗ୍ରେସର ଅଧକ୍ଷା ପ୍ରାଥୀ ସୁଶ୍ରୀ ରୀନା ଶବରଙ୍କୁ ବିପୁଳ ପରିମାଣ ରେ ଭୋଟ ଦେଇ ଗୁଣୁପୁର ପୌରପରିଷଦର ବିକାଶ କରିବାକୁ ନିବେଦନ କରିଛନ୍ତି  ।

ଏହି ପୌର ନିର୍ବାଚନ ରେ ମୁଖ୍ୟତଃ ବିଜୁ ଜନତା ଦଳ ସହ ସ୍ୱାଧୀନ ପ୍ରାଥୀ ଏବଂ କଂଗ୍ରେସ ର ତ୍ରିମୁଖୀ ଲଢେଇ ହେବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।  ଅନ୍ୟ ପଟେ କଂଗ୍ରେସ ଜାଣିଶୁଣି ସାଧାରଣ ବର୍ଗ ର ଆସନ ଅଧକ୍ଷା ପାଇଁ ଥିବା ବେଳେ ଖୁବ ଚତୁରତାର ସହ ଆଦିବାସୀ କାର୍ଡ ଖେଳିଥିବା ଆଲୋଚନା ହେଉଛି  ।

 

 

 

 

Leave A Reply

Your email address will not be published.