Latest Odisha News

BREAKING NEWS

ପୌର ଫଇସଲା : ଚାଲିଛି କର୍ପୋରେଟର ଓ କାଉନସିଲର ଭୋଟ୍ ଗଣତି

ଚାଲିଛି ଭୋଟ୍ ଗଣତି । ସକାଳ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ମୁତାବକ । କାଉନସିଲର ଓ କର୍ପୋରେଟର ଆସନରେ ମଧ୍ୟ ବିଜେଡି ଯଥେଷ୍ଟ ଆଗରେ ରହିଥିବାବେଳେ ବିରୋଧୀ ପଛରେ ପଡ଼ିଛନ୍ତି । ବର୍ତ୍ତମାନ ସୂଚନା ଅନୁଯାୟୀ, କର୍ପୋରେଟରରେ ବିଜେଡି ୧୦୦୯, ବିଜେପି ୨୩୯, କଂଗ୍ରେସ ୧୦୭, ସ୍ୱାଧୀନ ୮୩ଏବଂ ଅନ୍ୟାନ୍ୟ ଗୋଟିଏ ପଦରେ ଆଗୁଆ । ମେୟରରେ ବିଜେଡି ୭୩, ବିଜେପି ୧୭, କଂଗ୍ରେସ ୮, ସ୍ୱାଧୀନ ୮ ରେ ଆଗୁଆ ।

ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗଣତି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ପ୍ରତି ଏନଏସିରେ କାଉନସିଲର ଓ ଅଧ୍ୟକ୍ଷ ପଦ ପାଇଁ ୨ଟି ଲେଖାଏଁ ଟେବୁଲ ରହିଛି । ମ୍ୟୁନିସିପାଲିଟିରେ କର୍ପୋରେଟର ଓ ଅଧ୍ୟକ୍ଷ ପଦ ପାଇଁ ୫ଟି ଲେଖାଏଁ ଟେବୁଲରେ ଗଣତି ହେଉଛି । ମହାନଗର ନିଗମରେ କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କ ଭୋଟ ଗଣତି ପାଇଁ ୧୨ଟି ଲେଖାଏଁ ଟେବୁଲରେ ଭୋଟ୍ ଗଣତି ଚାଲିଛି ।

ପ୍ରତି ଟେବୁଲରେ ଜଣେ କାଉଁଟିଂ ଅଫିସର, ଜଣେ କାଉଁଟିଂ ଆସିଷ୍ଟାଂଟ ଓ ସହାୟତା କରିବାକୁ ଜଣେ ଗ୍ରୁପ-ଡି କର୍ମଚାରୀ ନିୟୋଜିତ ଅଛନ୍ତି । କାଉନସିଲର ଓ କର୍ପୋରେଟର ଭୋଟ ଗଣତି ପାଇଁ ପ୍ରତି ୱାର୍ଡରେ ଜଣେ ଲେଖାଏଁ ଏଜେଂଟ ମଧ୍ୟ ରହିଛନ୍ତି ।

Leave A Reply

Your email address will not be published.