Latest Odisha News

ପୌର ନିର୍ବାଚନ: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭୋଟ ଦେଲେ ମୁଖ୍ୟମନ୍ତ୍ରୀ।  ଆଜି ସକାଳୁ ସକାଳୁ ପୌର ନିର୍ବାଚନ ଆରମ୍ଭ ହୋଇଯାଇଥିବା ବେଳେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । BMCର ୫୩ ନଂ ୱାର୍ଡରେ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଲିଛି ପୌର ନିର୍ବାଚନ ପାଇଁ ମତଦାନ ।

ନବୀନ ନିବାସରୁ ବାହାରି ଚାଲି ଚାଲି ୫୩ ନଂ ୱାର୍ଡର ବୁଥ୍‌ରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ। ଏହାପରେ ସେଠାରେ ଭୋଟର ତାଲିକାରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଥିବା ଚିହ୍ନଟ କରାଯିବା ପରେ ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ।  ମୁଖ୍ୟମନ୍ତ୍ରୀଙ୍କ ଭୋଟଦାନ ପାଇଁ ଭୋଟ୍ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

ରାଜଧାନୀ ଭୁବନେଶ୍ୱରରେ ଶାନ୍ତିଶୃଙ୍ଖଳା ଓ ଅବାଧରେ ନିର୍ବାଚନ ପାଇଁ ବ୍ୟାପକ ପ୍ରସ୍ତୁତି କରିଛି କମିଶନରେଟ ପୁଲିସ୍‌। ନିର୍ବାଚନ ପାଇଁ ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ ଫୋର୍ସ ଓ ୧୫୦ ପୁଲିସ ଅଫିସର। ୭୦୫ ବୁଥ ପାଇଁ ପୋଲିଂ ପାର୍ଟି ସହ ପୁଲିସ୍‌ ପଠାଯାଇଛି।

 

 

 

 

Comments are closed.