Latest Odisha News

BREAKING NEWS

ପୌର ନିର୍ବାଚନକୁ ହିଂସାମୁକ୍ତ କରିବା ନେଇ କମିଶନରେଟ ପୋଲିସର ପ୍ରସ୍ତୁତି

ଭୁବନେଶ୍ୱର  : ସରିଲା ପ୍ରଚାର ।  କାଲି ପୌର ନିର୍ବାଚନ ପାଇଁ  ଭୋଟ ହେବ । ଭୋଟିଂକୁ ଅବାଧ ହିଂସାମୁକ୍ତ କରିବାକୁ କମିଶନରେଟ ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପ୍ରସ୍ତୁତି ଜୋରସୋରରେ କରିଛି । ସମସ୍ତ ପୋଲିସ ଅଧିକାରୀଙ୍କୁ ନେଇ ରିହାଲର୍ସଲ କରାଯାଇଛି । ଚଳିତ ପୌର ନିର୍ବାଚନରେ ୫୦ ପ୍ଲାଟୁନ ଫୋର୍ସ ଓ ୧୫୦ କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ରହିବେ ବୋଲି ସୂଚନା ମିଳିଛି ।

ସୁରକ୍ଷା ଦାୟିତ୍ୱରେ ମୋଟ ୫୫ ପ୍ଲୁଟୁନ୍ ସଶସ୍ତ୍ର ମୋବାଇଲ ପାର୍ଟି ମୃତୟନ କରାଯାଇଛି । ତା ସହ ବିଏମସିର ୭୦୫ଟି ବୁଥରେ ୪୯ଟି ପାଟ୍ରୋଲିଂ ପାର୍ଟି ରହିଛି । ସେହିପରି ଜଟଣି ମୁନିସିପାଲଟି ପାଇଁ ୬ଟି ପାର୍ଟି ଦିଆଯାଇଛି । ବିଏମସିର ୬୭ ଟି ୱାର୍ଡରେ ମୋଟ ୭୦୫ ଟି ବୁଥରେ ୩୭୫ଟି ସମ୍ବେଦନଶିଳ ବୁଥ ଚିହ୍ନଟ କରାଯାଇଛି ।

ଏହି ସବୁ ବୁଥ ଗୁଡିକୁ କଡା ନଜର ରଖିବ ପୋଲିସ । ନିର୍ବାଚନ ଅଧିକାରୀଙ୍କ ଟିମ୍ ଓ ପୋଲିସ ଟିମ୍ ରହି ନିର୍ବାଚନ ଉପରେ କଡା ନଜର ରଖିବେ । ପ୍ରତି ବୁଥରେ ପୋଲିସ କର୍ମୀଙ୍କ ସହ ଜଣେ କନେଷ୍ଟବଳ ଜଗିବେ । ଆଜି ସମସ୍ତ ଇଭିଏମ୍ ସମସ୍ତ ବୁଥକୁ ଯିବ । ପୁଲି୍ଂ ଅଧିକାରୀମାନେ ଇଭିଏମ୍ ଓ ନିର୍ବାଚନ ଆବଶ୍ୟକୀୟ ସାମଗ୍ରୀ ନେଇ ଯିବେ । ୨୪ ତାରିଖ ପୌର ନିର୍ବାଚନ ଭୋଟ ଅନୁଷ୍ଠିତ ହେବ ।

Leave A Reply

Your email address will not be published.