Latest Odisha News

BREAKING NEWS

ବ୍ୟଙ୍ଗ : ରାଶିଫଳ

ଓଁ ଅଭିଜ୍ଞାନ ସାହୁଙ୍କ ବ୍ୟଙ୍ଗ

ମୁଁ କି ଦୋଷ କରିଥିଲି ଏ ନିଆଁଗିଳା ରାଶିଫଳବାଲାଙ୍କ ଶଳା ମୋ ସୁଖର ସଂସାରରେ ନିଆଁ ଲଗେଇଦେଲେ । ଏଇ ଦିନେ କି ଦୁଇ ଦିନ ତଳର କଥା, ରାଶିଫଳରେ ଲେଖା ଥିଲା ମୋ ରାଶିରେ କାଳେ ଦୁଇଟା ବାହା ଯୋଗ ଅଛି । ଏହାକୁ ପଢି ଆମ୍ଭର ପ୍ରିୟ ଉଆନ୍ ଏଣ୍ଡ ଓନଲି ଘରଣୀ କହିଲେ ମୋ ମୁଣ୍ଡ ଛୁଇଁ କହିଲ ଏ ରାଶିଫଳ କଥା ସତ ହବନି ତ । ମୁଁ କହିଲି ଏ ବାଜେ ରାଶିଫଳ କଥାରେ ତୁମ ମୁଣ୍ଡ କାହିଁକି ଛୁଇଁବି ।

ମୋ କଥା ଶୁଣି ମୋ ନାକ କାନ୍ଦେଣି କହିଲେ ମୋତେ ଆଗ ବିଷ ଦେଇଦିଅ ତାପରେ ତୁମର ଯାହା ଇଛା ତାହା କର । ମୁଁ ଏ ସବୁ ଦେଖିପାରିବିନି । କେମିତି ବୁଝେଇବି ଏ ଅବୁଝା ଲୋକକୁ ଏଇ ବାଡିପଡା ମିଛୁଆ ରାଶିଫଳ ବାଲାଙ୍କ କଥା । ଶଳା ଯେତେବେଳେ ମୋ ବାହାଘର ବୟସ ସେତେବେଳେ ଏବେ ବିବାହ ଯୋଗ ନାହିଁ ଲେଖୁଥିଲେ । ତାକୁ ପଢି ମୁଁ କେମିତି ଦୁଃଖରେ ମୋ ପୋଡ଼ା ଭାଗ୍ୟକୁ ନିନ୍ଦି ନିନ୍ଦି ଦିନ କାଟିଛି ସେଇଟା ମୁଁ ଜାଣିଛି ।

ଆଉ ଆଜି ଏ ବୁଢା ବୟସରେ ଲେଖୁଛନ୍ତି ଦ୍ଵିତୀୟ ବିବାହ ଯୋଗ ଅଛି । ଏବେ ଯଦି ପତ୍ନୀ ପାଖରେ ଅଛନ୍ତି ତେବେ ମୁଣ୍ଡ କୁଣ୍ଡେଇ ଘରୁ ବାହାରକୁ ଯିବାକୁ ଡର ଲାଗିଲାଣି । ଘରୁ ବାହାରିଲା ବେଳେ ଅଯଥା ଟେନସନ କାହାକୁ ଭଲ ଲାଗେ । ଏ ରାଶିଫଳ ବାଲାଙ୍କ ଚଉଦ ପୁରୁଷ ନର୍କରେ ପଡନ୍ତୁ । ସଠିକ ସମୟରେ ସଠିକ ଗଣନା ଏମାନଙ୍କ ଜାତକରେ ନାହିଁ ।

Leave A Reply

Your email address will not be published.