Latest Odisha News

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବଙ୍କ ଦିନିକିଆ ମୟୂରଭଞ୍ଜ ଗସ୍ତ, ଛଉ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର କଲେ ଅନୁଧ୍ୟାନ

ମୟୂରଭଞ୍ଜ: ଦିନିକିଆ ମୟୂରଭଞ୍ଜ ଗସ୍ତରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ତଥା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନିଆରା ପ୍ରୟାସରେ ମୟୂରଭଞ୍ଜ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଦୀର୍ଘ ଆଠ ମାସ ଧରି ବାରିପଦାସ୍ଥିତ ସଂସ୍କୃତି ଭବନଠାରେ ଚାଲିଛି ଛଉ ପ୍ରଶିକ୍ଷଣ କେନ୍ଦ୍ର। ଏହି କେନ୍ଦ୍ରର ଅନୁଧ୍ୟାନ ପାଇଁ ରବିବାର ଅପରାହ୍ନରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ଏବଂ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛଉ ପ୍ରଶିକ୍ଷକ ଗୁରୁ ଗୌରହରୀ ମହାନ୍ତ ପହଞ୍ଚିଛନ୍ତି।

ଉଭୟ ଏହି ଛଉ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ରରେ ପହଞ୍ଚି ସେଠାରେ ତାଲିମ ନେଉଥିବା ଛଉ ଶିକ୍ଷାର୍ଥୀ ମାନଙ୍କ ସହିତ ଛଉ ନୃତ୍ୟ ଉପରେ ବିଭିନ୍ନ ପ୍ରକାର ଆଲୋଚନା କରି ସ୍ଥିତି ପରଖିଛନ୍ତି। ତେବେ ଆଗକୁ ଏହି ଶିକ୍ଷା କେନ୍ଦ୍ରକୁ କିଭଳି ଆହୁରି ଗୁଣାତ୍ମକ କରି ହେବ ଏବଂ ଶିକ୍ଷାର୍ଥୀମାନେ ଆହୁରି ସୁନ୍ଦର ଓ ଉନ୍ନତ ମାନର ଏହି ଛଉ ନୃତ୍ୟ ଶିକ୍ଷା କରିପାରିବେ ସେନେଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସଚିବ ପ୍ରବୋଧ ରଥ।

Comments are closed.