Latest Odisha News

BREAKING NEWS

ଖଣି ଖନନ ନେଇ ଜନଶୁଣାଣି: କସ୍ମିନ କାଳେ ସିଜିମାଳିକୁ ବେଦାନ୍ତ ହାତକୁ ଟେକି ଦେବୁନି ବୋଲି ଅଡି ବସିଲେ ଅଞ୍ଚଳବାସୀ

ରାୟଗଡା:ଜନଶୁଣାଣିକୁ ବିରୋଧ । ସିଜିମାଳି ବକ୍ସାଇଟ ଖଣି ପାଇଁ ପରିବେଶ ଜନ ଶୁଣାଣିରେ ପ୍ରବଳ ବିରୋଧ ଦେଖିବାକୁ ମିଳିଥିଲା । ପ୍ରଭାବିତ ଲୋକେ ବେଦାନ୍ତ ସ୍ଥାନ ଛାଡି ଚାଲିଯିବା ପାଇଁ ନାରା ଦେଇଥିଲେ ।  ସିଜିମାଳିରେ ବେଦାନ୍ତ ଆଲୁମିନା କମ୍ପାନୀର ବକ୍ସାଇଟ ଖନନକୁ ନେଇ ସୁଙ୍ଗେର ଠାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ହୋଇଥିବା ଜନ ଶୁଣାଣିରେ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଆଜି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ସୁଙ୍ଗେରଠାରେ ସିଜିମାଳି ବକ୍ସାଇଟ ଖଣି ପାଇଁ ପରିବେଶ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ବି ଗ୍ରହଣ କରାଯାଇଥିଲା। ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିବା ବେଳେ ୧୧ ଜଣ ପ୍ରଥମ ଶ୍ରେଣୀ ମାଜିଷ୍ଟ୍ରେଟଙ୍କୁ ଜନଶୁଣାଣି ପାଇଁ ଉପସ୍ଥିତ ଥିଲେ ।

କଳାହାଣ୍ଡି ଜିଲ୍ଲାର ଥୁଅମୂଳ ରାମପୁର ଓ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସ୍ଥିତ ସିଜିମାଳି ଖଣିର 1549.022 ହେକ୍ଟର ଖଣିରୁ 9ଏମଟିପିଏ ବକ୍ସାଇଟ ଖନନ ପାଇଁ ଆଜି ସୁଙ୍ଗେର ଠାରେ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତଣାଳୟ ତରଫରୁ ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି ଆୟୋଜନ ହୋଇଥିଲା । ତେବେ ପ୍ରଭାବିତ ଗ୍ରାମ କଣ୍ଟାମାଳ, ବଣ୍ଡେଲ, ସିରାମ୍ବାଇ ଗ୍ରାମବାସୀମାନେ ଏହି ଜନଶୁଣାଣିକୁ ବିରୋଧ କରିବା ସହ କସ୍ମିନ କାଳେ ସିଜିମାଳୀକୁ ବେଦାନ୍ତ ହାତକୁ ଟେକି ଦେବୁନି ବୋଲି କହିଥିଲେ ।

ସୂଚନାଥାଉ କି,  ବିଗତ ଦିନରେ କମ୍ପାନୀ ସମର୍ଥନରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଓ ଥୁଆମୂଳ ରାମପୁର ବ୍ଲକର ହଜାର ହଜାର ସଂଖ୍ୟାରେ ସମର୍ଥକ ଶୋଭାଯାତ୍ରା ସହ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିବା ବେଳେ ଆଜି ତାର ଠକ ଓଲଟା ଚିତ୍ର ଦେଖିବାକୁ ମିଳିଥିଲା ।   ବେଦାନ୍ତ କମ୍ପାନୀର ଖଣି ଖନନ ଦ୍ୱାରା ଅଂଚଳରେ ନିଯୁକ୍ତି ସୃଷ୍ଟି ହେବ ବୋଲି  ସପକ୍ଷବାଦୀ ଆଶା ରଖିଛନ୍ତି । ତେବେ  ପ୍ରଥମେ କମ୍ପାନୀ ଓ ପରେ ଖଣି ଖନନ ଉଚିତ ବୋଲି ସେମାନେ ମତ ରଖିଛନ୍ତି  । ସେପଟେ ଖଣି ଖନନ ଦ୍ଵାରା ପରିବେଶ ପ୍ରଦୂଷିତ ହେବ ବୋଲି ଖଣି ପ୍ରଭାବିତ ସାଗବାରି, ଆଲିଗୁଣା, କଣ୍ଟାମାଳ, ବଂତେଜ, ମାଲିପଦର୍ ଗାଁର ଲୋକେ କହିଛନ୍ତି । ଅନ୍ୟପଟେ ସମର୍ଥକ ଦେଇଥବା ସ୍ମାରକପତ୍ର ଏବଂ ଆଜିର ବିରୋଧ କରିଥିବା ଗ୍ରାମବାସୀଙ୍କ ମତାମତକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ। ସରକାରଙ୍କ ନିଷ୍ପତି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ରାମେଶ୍ଵର ପ୍ରଧାନ ।
ଜନଶୁଣାଣିରେ ସୁଙ୍ଗେର ପଂଚାୟତର ସାଗବାରି, ଆଲିଗୁଣା, କଣ୍ଟାମାଳ, ବଂତେଜ, ମାଲିପଦର୍ ଗାଁର ଜନସାଧାରଣ ଯୋଗ ଦେଇଥିଲେ। ରାୟଗଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ରାମେଶ୍ଵର ପ୍ରଧାନ ଏହି ଶୁଣାଣିରେ ଅଧକ୍ଷତା କରିଥିବା ବେଳେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଅଶୋକ କୁମାର ଭୋଇ ଉପସ୍ଥିତ ଥିଲେ ।

Leave A Reply

Your email address will not be published.