Latest Odisha News

BREAKING NEWS

ଓଡିଶାର ଇଞ୍ଚ‌େ ବି ଜମି ଆନ୍ଧ୍ରକୁ ଦେବୁନୁ: ମନ୍ତ୍ରୀ

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶକୁ ଏକ ଇଞ୍ଚ ଜମି ମଧ୍ୟ ଦେବୁ ନାହିଁ ବୋଲି ଶନିବାର ଦିନ ପ୍ରକାଶ କରିଛନ୍ତି ଓଡିଶା ସରକାର।

କୋରାପୁଟ ଏବଂ ଗଜପତି ଜିଲ୍ଲାର କେତେକ ଗ୍ରାମରେ ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ କରିବାକୁ ଯାଉଥିବା ସମ୍ପର୍କିତ ଏକ ପ୍ରଶ୍ନର ଜବାବରେ ଗଣମାଧ୍ୟମକୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି  କହିଛନ୍ତି ଯେ ପଡୋଶୀ ରାଜ୍ୟର କାର୍ଯ୍ୟକଳାପ ବିଷୟରେ ରାଜ୍ୟ ସରକାର ଅବଗତ ଅଛନ୍ତି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟ ଅତୀତରେ କୋଟିଆ ପଞ୍ଚାୟତ ଲାଗି ଅନେକ ବିକାଶମୂଳକ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏହାଛଡା କୋଟିଆକୁ ଏକ ମଡେଲ୍ ପଞ୍ଚାୟତରେ ପରିଣତ କରିବାର ପ୍ରତିଶ୍ରୁତି ଦେବା ସହ ମୁଖ୍ୟମନ୍ତ୍ରୀ ଗତ ଶୁକ୍ରବାର ଦିନ ଏଠାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି’’।

ତେବେ ଏହି ସମସ୍ୟାର ସମାଧାନ ପାଇଁ ଆମେ ଯଥାସମ୍ଭବ ଉଦ୍ୟମ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଓଡିଶାର ଏକ ଇଞ୍ଚ ଜମି ଦେବାର ପ୍ରଶ୍ନ ଉଠୁ ନାହିଁ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହି ପ୍ରସଙ୍ଗ ନେଇ ଓଡିଶା ସରକାର ସୁପ୍ରିମକୋର୍ଟ ଯିବେକି ନାହିଁ ସମ୍ବନ୍ଧୀୟ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ତାଙ୍କ ସରକାର ଉପଯୁକ୍ତ ପଦକ୍ଷେପ ନେବେ।

 

 

Comments are closed.