Latest Odisha News

BREAKING NEWS

NCB ପାଖରେ ଦୀପିକା-ସାରା-ଶ୍ରଦ୍ଧା-ରକୁଲଙ୍କ ଫୋନ୍, ଆଗକୁ ପୁଣି ଡାକିପାରେ

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଖୋଳତାଡ ବେଳେ ସାମନାକୁ ଆସିଛି ବଲିଉଡର ଡ୍ରଗ୍ସ ଲିଙ୍କ ଖିଅ । ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ସ୍କାନରରେ ବଲିଉଡ୍ ସୁନ୍ଦରୀ । ଦୀପିକା ପାଦୁକୋନା, ସାରା ଅଲ୍ଲୀ ଖାନା, ଶ୍ରଦ୍ଧା କପୁର ଓ ରକୁଲ ପ୍ରୀତ ସିଂହଙ୍କୁ ପଚରାଉରା ପରେ ସେମନାଙ୍କ ମୋବାଇଲ୍ ଫୋନକୁ ଜବତ କରିଛି ଏନସିବି । ସେହିପରି ସିମୋନ ଖମ୍ବାଟ୍ଟା ଓ ଜୟ ଶାହଙ୍କ ମୋବାଇଲ୍ ଫୋନ୍ ବି ଜବତ ହୋଇଛି ।

ସେମାନଙ୍କ ମୋବାଇଲ୍ ଫୋନରୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ଆଶା କରାଯାଉଛି । ବିଶେଷ କରି ହ୍ୱାଟ୍ସଆପ୍ ଚାର୍ଟର ଖୋଳତାଡ କରିବ ଏନସିବି । କେଉଁମାନଙ୍କ ସହ ସେମାନେ ସମ୍ପର୍କରେ ଥିଲେ ? ପୂର୍ବରୁ ଗିରଫ ହୋଇଥିଲା ଡ୍ରଗ୍ସ ମାଫିଆଙ୍କ ସହ ଏମାନଙ୍କର କିଛି ଲିଙ୍କ ରହିଛି କି ? ଏମିତି ଅନେକ ପ୍ରଶ୍ନର ଉତ୍ତର ଖୋଜିବ ଏନସିବି ।

ଗତକାଲି ଏନସିବି ଦୀପିକା ପାଦୁକୋନଙ୍କୁ ସାଢ଼େ ୫ ଘଣ୍ଟା ଧରି ପଚରାଉଚରା କରିଥିଲା । ଦୀପିକା ଓ ତାଙ୍କ ଟ୍ୟାଲେଞ୍ଜ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ମୁହାଁମୁହିଁ ଜେରା ହୋଇଥିଲା । ଡ୍ରଗ୍ସ ଚାର୍ଟ କଥା ମାନିଥିଲେ ମସ୍ତାନୀ ଗର୍ଲ । ୨୦୧୭ରେ ଦୀପିକା-କରିସ୍ମାଙ୍କ ଏକ ଡ୍ରଗ୍ସ ଚାର୍ଟ ସାମନାକୁ ଆସିଥିଲା ।

ସେହିପରି ଶ୍ରଦ୍ଧା କପୁର ଓ ସାରା ଅଲ୍ଲୀ ଖାନଙ୍କୁ ବି ଡ୍ରଗ୍ସ ଲିଙ୍କରେ ପଚରାଉଚରା କରିଥିଲେ ଏନସିବି ଟିମ୍ । ଦୁହିଁଙ୍କୁ ଅଲଗା ଅଲଗା ପାଖାପାଖି ୬ ଘଣ୍ଟା ଜେରା ହୋଇଥିଲା । ଡ୍ରଗ୍ସ ନେଉଥିବା କଥାକୁ ଦୁହେଁ ଅସ୍ୱୀକାର କରିଛନ୍ତି । ତେବେ ସୁଶାନ୍ତଙ୍କ ଫାର୍ମ ହାଉସ ପାର୍ଟିରେ ଯୋଗ ଦେଇଥିବା ମାନିଛନ୍ତି ସାରା ଓ ଶ୍ରଦ୍ଧା ।

ସାରା ଓ ଶ୍ରଦ୍ଧାଙ୍କ ଉତ୍ତରରେ ଏନସିବି ଟିମ୍ ସନ୍ତୁଷ୍ଟ ନଥିବା ସୂଚନା ମିଳିଛି । ଆବଶ୍ୟକ ହେଲେ ସେମାନଙ୍କୁ ପୁଣି ଥରେ ହାଜିରା ପାଇଁ ସମନ ହୋଇପାରେ । ପୂର୍ବରୁ ରକୁଲ ପ୍ରୀତ ସିଂହଙ୍କୁ ପଚରାଉଚରା କରିଥିଲେ ଏନସିବିର ବରିଷ୍ଠ ଅଧିକାରୀ । ଗତକାଲି ଧର୍ମା ପ୍ରଡକ୍ସନର ପୂର୍ବତନ କାର୍ୟ୍ୟନିର୍ବାହୀ ପ୍ରଯୋଜକ କ୍ଷୀତିଜ ପ୍ରସାଦଙ୍କୁ ବାନ୍ଧିଥିଲେ ଏନସିବି ।

Leave A Reply

Your email address will not be published.