ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶରେ କୋଭିଡ୍ ମୃତ୍ୟୁ ପରେ ଓଡ଼ିଶା ସୀମାରେ ହାଇଆଲର୍ଟ କରାଯାଇଛି।
ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶ ସୀମାନ୍ତ ଜିଲ୍ଲାର CDMO ମାନଙ୍କୁ କୋଭିଡ୍ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର ସୂଚନା ଦେଇଛନ୍ତି। ଏପରିକି କୋଭିଡ୍ ଲକ୍ଷଣ ଦେଖାଦେଲେ ସନ୍ଦିଗ୍ଧଙ୍କର ଟେଷ୍ଟ କରାନ୍ତୁ ବୋଲି ସେ କହିଛନ୍ତି।
“କୋଭିଡ୍-୧୯ ଉପରେ ଆମର ନଜର ରହିଛି ଏବଂ ନିୟମିତ ଭାବରେ ଟେଷ୍ଟ କରାଯାଉଛି। ଏପର୍ଯ୍ୟନ୍ତ ଫଳାଫଳ ନେଗେଟିଭ ରହିଛି। ଚିନ୍ତା କରିବାର କିଛି ନାହିଁ ଏବଂ ଆମେ ସର୍ବଦା ସତର୍କ ଅଛୁ ବୋଲି ସେ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲାରେ ସମ୍ପ୍ରତି ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କ ସମେତ ଦୁଇଜଣଙ୍କର କୋଭିଡ୍-୧୯ରେ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏହାରି ମଧ୍ୟରେ ଅନେକ କୋଭିଡ୍ ସଂକ୍ରମଣ ମାମଲା ମଧ୍ୟ ଚିହ୍ନଟ ହୋଇଛି।
Comments are closed.