Latest Odisha News

BREAKING NEWS

ରଣଜୀ ଟ୍ରଫି: ଓଡିଶା ବୋଲରଙ୍କ ବୋଲିଂ ଆଗରେ ବେଙ୍ଗଲ ଧରାଶୟୀ

କଲିକତା: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଓଡିଶା ବୋଲରଙ୍କ ଚମତ୍କାର ବୋଲିଂ ଆଗରେ ଧରାଶାୟୀ ହୋଇଛି ବେଙ୍ଗଲ । ଏଠାରେ ଚାଲିଥିବା ମୁକାବିଲାରେ ଓଡିଶାର ପ୍ରଥମ ଇନିଂସ ସ୍କୋର ୨୬୫ ରନ ଜବାବରେ ବେଙ୍ଗଲ ୧୦୦ ରନରେ ଅଲଆଉଟ ହୋଇଯାଇଛି । ତୃତୀୟ ଦିବସ ଷ୍ଟମ୍ପସ ଅପସାରଣ ବେଳକୁ ଫଲୋଅନ ହୋଇଥିବା ବେଙ୍ଗଲ ଭଲ ବ୍ୟାଟିଂ ପ୍ରଦର୍ଶନ କରି ୩ ୱିକେଟ ବିନିମୟରେ ୨୨୦ ରନ ସଂଗ୍ରହ କରିଛି । ଅଭିମନ୍ୟୁ ଈଶ୍ୱରନ ୯୪ ଓ ମନୋଜ ତିୱାରୀ ୫୦ ରନ କରି ଅପରାଜିତ ରହିଛନ୍ତି । ଓଡିଶା ପକ୍ଷରୁ ସୁନୀଲ ରାଉଳ ୨ଟି ୱିକେଟ ଅକ୍ତିଆର କରିଛନ୍ତି । ପୂର୍ବରୁ ୩୯/୨ରୁ ବେଙ୍ଗଲ ତାର ପ୍ରଥମ ଇନିଂସ ବ୍ୟାଟିଂ ଚାଲୁ ରଖିଥିଲା । ମାତ୍ର ୬୧ ରନରେ ଦଳ ବାକି ୮ଟି ୱିକେଟ ହରାଇଥିଲା ।

ଓଡିଶାର ସୂର୍ଯ୍ୟକାନ୍ତ ପ୍ରଧାନ ଓ ସୁନୀଲ ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଚଳିତ ରଣଜୀ ଟ୍ରଫିରେ ଓଡିଶାର ପ୍ରଦର୍ଶନ ସନ୍ତୋଷଜନକ ରହି ନ ଥିଲେ ମଧ୍ୟ ଟେବୁଲ ଟପରୁ ଫଲୋଅନ କରାଇବା ଦଳର ବଡ ସଫଳତା ଭାବେ ବିବେଚନା କରାଯାଉଛି । ଆଉ ଗୋଟିଏ ଦିନ ଖେଳ ବାକିଥିବାରୁ ଓଡିଶାକୁ ସତର୍କତା ସହ ଖେଳିବାକୁ ପଡିବ ।

Leave A Reply

Your email address will not be published.