Latest Odisha News

BREAKING NEWS

ଜାନୁଆରୀ ତାତିରେ ରେକର୍ଡ ଭାଙ୍ଗୁଛି ରାଜଧାନୀ

ଭୁବନେଶ୍ୱର: ରେକର୍ଡ ଭାଙ୍ଗୁଛି ରାଜଧାନୀ, ଜାନୁଆରୀରେ ବଢ଼ୁଛି ତାତି । ଭୁବନେଶ୍ୱରରେ ପାରଦ ଡେଇଁଲା ୩୪ ଡିଗ୍ରୀ । ରାଜଧାନୀ ଭୁବନେଶ୍ୱରରେ ତାତି ୧୬ ବର୍ଷର ରେକର୍ଡ ଭାଙ୍ଗିଛି । ଆଜି ଭୁବନେଶ୍ୱରର ସର୍ବୋଚ୍ଚ ଦିନ ତାପମାତ୍ରା ୩୪.୨ ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ଚଳିତ ଜାନୁଆରୀ ମାସରେ ଆଜି ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି ନବମଥର ପାଇଁ । ଏହା ପୂର୍ବରୁ ୨୦୦୭ ଜାନୁଆରୀ ୩୧ ତାରିଖରେ ରାଜଧାନୀରେ ପାରଦ ୩୫.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଥିଲା । ଯାହାକି ସର୍ବକାଳୀନ ରେକର୍ଡ ହୋଇ ରହିଛି ।

ଜାନୁଆରୀ ୨୩ ତାରିଖରେ ଭୁବନେଶ୍ୱରର ସର୍ବୋଚ୍ଚ ଦିନ ତାପମାତ୍ରା ୩୨.୮ ଡିଗ୍ରୀ ରହିଥିବା ବେଳେ ୨୪ ତାରିଖରେ ପାରଦ ୩୩.୫ ଡିଗ୍ରୀ, ୨୫ ତାରିଖରେ ୩୨.୯ ଡିଗ୍ରୀ ରେକର୍ଡ ହୋଇଥିଲା । ଆଉ ଆଜି ୨୬ ତାରିଖରେ ପାରଦ ୩୪ ଡିଗ୍ରୀ ଅତିକ୍ରମ କରିଛି ।

Leave A Reply

Your email address will not be published.