Latest Odisha News

[ଦେଖନ୍ତୁ ଭିଡିଓ] କଡା ସୁରକ୍ଷା ଭିତରେ ବିଭିନ୍ନ ସ୍ଥାନରେ ସାନି ମତଦାନ

ମୟୂରଭଞ୍ଜ: ବିଭିନ୍ନ ସ୍ଥାନରେ ସାନି ମତଦାନ ହୋଇଛି । ମୟୁରଭଞ୍ଜ ଓ ଯାଜପୁରରେ ଭୋଟର ମାନେ ନିଜ ନିଜ ମତଦାନ କରିଛନ୍ତି । କଡା ସୁରକ୍ଷା ଭିତରେ ସକାଳୁ ମତଦାନ ଆରମ୍ଭ ହୋଇଥିଲା ।

ମୟୂରଭଞ୍ଜ ଜିଲ୍ଲାର ୩ଟି ସ୍ଥାନରେ ସାନି ମତଦାନ । ଆଜି ମୟୂରଭଂଜ ଜିଲ୍ଲାର କପ୍ତିପଦା ବ୍ଲକର ନଟୋ ପଂଚାୟତର ୩ ନମ୍ବର ବୁଥ, ଶୁଳିଆପଦା ବ୍ଲକ ଦେଉଳି ପଂଚାୟତର ସାନି ନିର୍ବାଚନ ହୋଇଛି । ତେବେ ଜିଲ୍ଲାରେ ସାନି ମତଦାନ ଚାଲିଥିବା ବୁଥ ଯଥାକ୍ରମେ ନଟୋ ପଂଚାୟତର ୩ ନମ୍ବର ବୁଥରେ ୩୮୩ ମତଦାତା ,ଦେଉଳି ପଂଚାୟତର ୧୨ ନମ୍ବର ବୁଥରେ ୩୮୮ ଜଣ ଭୋଟର ରହିଛନ୍ତି । ପ୍ରଶାସନ ପକ୍ଷରୁ ମଧ୍ୟ ଏହି ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ସ୍ଵତନ୍ତ୍ର ନଜର ଦିଆଯାଇଛି ।

ସେପଟେ ଯାଜପୁର, ଧର୍ମଶାଳା, ବଡଚଣା ଏବଂ ଦଶରଥପୁର ବ୍ଲକର ମୋଟ୍ ୨୪ଟି ବୁଥରେ ସାନି ମତଦାନ ହୋଇଛି ।।  ଯାଜପୁର ବ୍ଲକର ୮ଟି ବୁଥରେ ସାନି ମତଦାନ କରାଯାଇଛି । ସେହିପରି ଧର୍ମଶାଳା ବ୍ଲକ ଏବଂ ବଡ଼ଚଣା ବ୍ଲକର ୩ ଟି ଲେଖାଏଁ ବୁଥରେ , ଦଶରଥପୁର ବ୍ଲକର ସର୍ବାଧିକ ୧୦ଟି ବୁଥରେ ସାନି ମତଦାନ କରାଯାଉଛି । ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

 

Comments are closed.