Latest Odisha News

BREAKING NEWS

ପୁରୀରେ ପଛରେ ପଡିଲେ ବିରୋଧୀ ,୧୧ ଆସନରେ ଆଗୁଆ ବିଜେଡି

ପୁରୀ: ପୁରୀରେ ପଛରେ ପଡିଲେ ବିରୋଧୀ । ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ ବିଜେଡି, ବିରୋଧୀ ଦଳମାନଙ୍କୁ ମାତ୍ ଦେଇ ଆଗୁଆ ଚାଲିଥିବାବେଳେ, ବିଜେପି ଓ କଂଗ୍ରେସ ବହୁ ପଛରେ ପଡିଯାଇଛନ୍ତି । ତେବେ ଯଦି ପୁରୀ ଜିଲ୍ଲାରେ ଏବେ ସୁଦ୍ଧା ଗଣତି ହୋଇଥିବା ସମସ୍ତ ୧୧ ଜିଲ୍ଲା ପରିଷଦ ଆସନରେ ଶାସକ ବିଜେଡି ଆଗୁଆ ରହିଛି ।

ପୁରୀ ଜିଲ୍ଲା ପରିଷଦରେ ଏବେ ସୁଦ୍ଧା ବିଜେପି କିମ୍ବା କଂଗ୍ରେସ କୌଣସି ବି ଆସନରେ ଆଗୁଆ ରହିପାରିନାହାଁଁନ୍ତି ବୋଲି ଟ୍ରେଣ୍ଡରୁ ସ୍ପଷ୍ଟ ବାରି ହୋଇଯାଉଛି । ତେବେ ପୁରୀ ଜିଲ୍ଲା ପରିଷଦରେ ମୋଟ୍ ୩୩ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ଯାହା ଭିତରୁ ଶନିବାର ୧୧ଟି ଜୋନର ଗଣତି କରାଯାଉଛି ।

ଆଉ ସମସ୍ତ ଜୋନରେ ଶାସକ ବିଜେଡି ଆଗୁଆ ରହିଛି । ଫଳରେ ପୁରୀ ବିଜେପି ଓ କଂଗ୍ରେସ ପାଇଁ ଏହା ଚିନ୍ତାର କାରଣ ପାଲଟିଛି ।

Comments are closed, but trackbacks and pingbacks are open.