Latest Odisha News

BREAKING NEWS

ସମ୍ବଲପୁର ଜିଲ୍ଲାର ୯ଟି ଜୋନରେ ବିଜେଡି ଆଗୁଆ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ୯ଟି ଜିଲ୍ଲା ପରିଷଦ ‌ଜୋନରେ ଗଣତି ଚାଲିଛି । ୪ର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୮ ଓ ବିଜେପି ୧ଟି ଜୋନରେ ଆଗୁଆ ରହିଛି । କେବଳ ରେଢାଖୋଲ-୧ରେ ବିଜେପି ଆଗରେ ଅଛି। ଅନ୍ୟସବୁ ଜୋନରେ ବିଜେଡି ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ଜାରି ରହିଛି। ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଭୋଟ୍ ଗଣତି ହେଉଛି। ଏବେ ସମସ୍ତ ୩୧୫ଟି ଜିଲ୍ଲା ପରିଷଦ ଜୋନର ଟ୍ରେଣ୍ଡ ମିଳିଛି । ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, ବିଜେଡି ୨୬୮ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଛି।

ଅପରପକ୍ଷରେ ବିଜେପି ଦ୍ବିତୀୟ ସ୍ଥାନରେ ରହିଛି ।  ବିଜେପି ମାତ୍ର ୨୫ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବାର ସୂଚନା ମିଳିଛି । ଏଣେ କଂଗ୍ରେସ ୧୬ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବା ଜଣାଯାଇଛି । ଏହାଅନ୍ୟମାନେ ୬ଟି ଜୋନରେ ଆଗୁଆ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା ଟ୍ରେଣ୍ଡ ଅନୁସାରେ, ୧୦ଟି ଜିଲ୍ଲାରେ ବିଜେଡି ଆଗରେ ରହିଛି।

ଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମାଲକାନଗିରି, ନୟାଗଡ଼, ପୁରୀ ଓ ସୋନପୁର ଆଦି ଜିଲ୍ଲାରେ ବିଜେଡି ଆଗରେ ରହିଛି। ସେପଟେ ବିଜେପି୧୫ଟି ଜିଲ୍ଲାରେ ଖାତା ଖୋଲିନି।

Comments are closed, but trackbacks and pingbacks are open.