ଭୁବନେଶ୍ୱର : ବଢୁଛି ବିଜେଡିର ବଳ । ଆଜି ଭୁବନେଶ୍ୱର ୪୦ ଓ ୪୧ ନମ୍ବର ୱାର୍ଡର ୨ଶହରୁ ଅଧିକ ବିଜେପି କର୍ମୀ ବିଜେଡିରେ ଯୋଗଦେଇଛନ୍ତି । ଏଥିରେ ସାମିଲ ହୋଇଛନ୍ତି ବିଜେପି ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ ଧାରାକୁ ନେଇ ବିଜେପି କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି । ଏହାଦ୍ୱାରା ବିଜେଡିର ଶକ୍ତି ଆହୁରି ବୃଦ୍ଧି ହୋଇଛି ।ଅନ୍ୟପଟେ ଯାହାକୁ ବି ପୌର ନିର୍ବାଚନରେ ନବୀନ ବାବୁ ଟିକେଟ ଦେବେ , ଆମେ ଦଳର ଶୃଙ୍ଖଳିତ କର୍ମୀ ଭାବେ ତାଙ୍କୁ ସମର୍ଥନ କରିବୁ । କାରଣ ଆମ ମୂଳ ଲକ୍ଷ ସମାଜସେବା । ଲୋକଙ୍କୁ ପାଖକୁ ଯାଇ ସେମାନଙ୍କ ସମସ୍ୟା ସମାଧାନ କରାଯିବ କର୍ମୀମାନେ କହିଛନ୍ତି । ଏହି ମିଶ୍ରଣ ପର୍ବରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ଥିଲେ ।
BREAKING NEWS
- ବିଲକିସ୍ ବାନୋ ଗଣଦୁଷ୍କର୍ମ ଓ ହତ୍ୟା ମାମଲା; ୨ ଜଣ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ
- ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଆଶା ଏବଂ କୋଚ୍ ଗୌତମ ଗମ୍ଭୀରଙ୍କ ବିଶ୍ୱସନୀୟତା ବାଜିରେ
- ସମ୍ଭାବ୍ୟ ବାତ୍ୟା ମୁକାବିଲା ବୈଠକ ପରେ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା: ଭୂସ୍ଖଳନ ଆଶଙ୍କା ଥିଲେ କରାଯିବ ସ୍ଥାନାନ୍ତର
- ଆଇପିଏଲ ୨୦୨୭ : ରାଜସ୍ଥାନ ଛାଡ଼ି କେକେଆର ଯିବେ କି ଯଶସ୍ୱୀ ? ଅଧିନାୟକ ପଦ ପାଇଁ ମିଳିଛି ବଡ଼ ଅଫର୍
- ଏ ହେଉଛି ବିଶ୍ୱର ସବୁଠାରୁ ପୁରୁଣା ଜୀବନ୍ତ ଗଛ, ବୟସ ଶୁଣି ହେବେ ଆଶ୍ଚର୍ଯ୍ୟ
- ଲଗାତାର ଦ୍ୱିତୀୟ ଥର ପାଇଁ ନିର୍ଦ୍ୱନ୍ଦ୍ୱରେ ଆଇସିସି ଅଧ୍ୟକ୍ଷ ହେଲେ ଜୟ ଶାହ; ଏହି ପଦ ସମ୍ଭାଳିବାରେ ସେ ପଞ୍ଚମ ଭାରତୀୟ
- ଏଥର ପଞ୍ଚୁକ ୪ ଦିନ, ନଭେମ୍ବର ୨୪ରେ ବୋଇତ ବନ୍ଦାଣ
- Sun Transit 2026:ନଭେମ୍ବର ୧୬ରୁ ଏହି ୪ଟି ରାଶିର ଭାଗ୍ୟ ଚମକିବ;ଆର୍ଥିକ ଲାଭର ରହିଛି ସମ୍ଭାବନା
- ପଥରରେ ଛେଚି ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ: ୧୧ ବର୍ଷ ତଳର ପୂର୍ବ ଶତ୍ରୁତାରୁ ବୀଭତ୍ସ ହତ୍ୟାକାଣ୍ଡ
- ‘ଆମେ ଏବେବି ବିବାହିତ, ଦୁଇଟି ଭିନ୍ନ ସହରରେ ରହୁଛୁ’ ଛାଡପତ୍ର ଗୁଜବ ଖଣ୍ଡନ କଲେ ରମ୍ୟା କ୍ରୀଷ୍ଣନ
Comments are closed.