ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ତୃତୀୟ ଦିନରେ ମଧ୍ୟ ବିଜେଡିର ବିଜୟ ଧାରା ଜାରି ରହିଛି । ୮୪୯ ଜିଲ୍ଲା ପରିଷଦ ଜୋନରେ ଗଣତି ହେଉଥିବା ବେଳେ ୭୬୦ ଜୋନରେ ବିଜେଡି ଆଗୁଆ ରହିଛିା ପ୍ରଥମ ଦିନ ୩୧୫ଟି ଜିଲ୍ଲା ପରିଷଦ ଜୋନରେ ଗଣତି ହୋଇଥିବା ବେଳେ ବିଜେପି ଓ କଂଗ୍ରେସକୁ ପଛରେ ପକାଇ୨୭୨ଟି ସିଟରେ ଆଗୁଆ ରହିଥିବା ବିଜେଡି ଦ୍ୱିତୀୟ ଦିନରେ ୬୧୮ ଟି ସିଟରେ ଗଣତି ହୋଇଥିବା ବେଳେ ବିଜେଡି ୫୪୨ଟି ସିଟରେ ଆଗୁଆ ରହିଛି ।
୮୪୯ ଜିଲ୍ଲା ପରିଷଦ ଜୋନରୁ ବିଜେପି ୪୫ଟି କଂଗ୍ରେସ ୩୭ଟି ସିଟରେ ଆଗୁଆ ରହିଛି । ଘୋଷଣା ହୋଇଥିବା ୬୦୯ଟି ଆସନରୁ ବିଜେଡି ୫୪୧ ଟି ଆସନରେ ବିଜୟୀ ହୋଇଛି । ବିଜେପି ୩୧ ଟି ଓ କଂଗ୍ରେସ ୩୦ ଟି ସିଟ୍ ହାତେଇଛି । ସ୍ୱାଧିନ ଓ ଅନ୍ୟାନ୍ୟ ଦଳ ୭ ଟି ସିଟରେ ବିଜୟୀ ହୋଇଛନ୍ତି । ରାଜ୍ୟରେ ବିଜେଡି ବିଜେପି ଓ କଂଗ୍ରେସକୁ ପଛରେ ପକାଇ ଏତିହାସିକ ବିଜୟ ଲାଭ କରିଛି ।
୨୦୧୭ରେ ବିଜେପି ୨୫୦ ଜିଲ୍ଲା ପରିଷଦ ଜୋନ ଜିତିଥିଲା ।୨୦୧୨ରେ ପଞ୍ଚାୟତ ନିର୍ବାଚନରେ ବିଜେଡି ୬୫୧ଟି ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଥିଲା । ହେଲେ ପୁଣି ଥରେ ଶାଶକ ବିଜେଡି ୨୦୨୨ ପଞ୍ଚାୟତ ନିର୍ବାଚନରେ ୨୨ ବର୍ଷ ଶାସନର ରେକର୍ଡ ଭାଙ୍ଗିଛି ।
Comments are closed.