Latest Odisha News

‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତରେ କଣ୍ଠଦାନ କଲେ ରାଜ୍ୟପାଳ

କଟକ: ପୁଣି ଥରେ ଓଡ଼ିଆ ଗୀତ ଗାଇଲେ ଓଡ଼ିଶାର ରାଜ୍ୟପାଳ ଡଃ ପ୍ରଫେସର ଗଣେଶୀ ଲାଲ । ସେ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ କଟକର ମିଲନ ଷ୍ଟୁଡିଓରେ ନିଜ କଣ୍ଠରେ ସଜାଇଛନ୍ତି । ଗୀତର ନିର୍ଦ୍ଦେଶନା ଦେଇଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ । ଏହି ଗୀତକୁ ଆସନ୍ତା ଉକ୍ରଳ ଦିବସରେ ରିଲିଜ କରିବା ପାଇଁ ଯୋଜନା ହୋଇଛି ।

ଏହି ଗୀତଟି ସମସ୍ତଙ୍କ ମନକୁ ଛୁଇଁବ । ‘ବନ୍ଦେ ଉତ୍କଳ ଜନନୀ’ ଗୀତରେ କଣ୍ଠଦାନ କରି ବେଶ ଖୁସି ଥିବା କହିଛନ୍ତି ରାଜ୍ୟପାଳ । ରାଜ୍ୟପାଳଙ୍କ ସହ ଏହି ଗୀତରେ ହ୍ୟୁମାନ ସାଗର, ଦୀପ୍ତିରେଖାଙ୍କ କଣ୍ଠ ମଧ୍ୟ ଶୁଣିବାକୁ ମିଳିବ ।

ପୂର୍ବରୁ ମଧ୍ୟ ରାଜ୍ୟପାଳ ଗଣେଶୀ ଲାଲ ଓଡ଼ିଶାର ଦେଶାତ୍ମକ ବୋଧ ‘ଏ ମାଟି ଓଡ଼ିଶାର ଏ ଜାତି’ ଗୀତରେ କଣ୍ଠଦାନ କରିଥିଲେ ।

Comments are closed, but trackbacks and pingbacks are open.