ଜଗତସିଂହପୁର: ଜଗତସିଂହପୁର ନାଉଗାଁରେ ନିର୍ବାଚନ। ଆସନ୍ତା ୨୪ରେ ନିର୍ବାଚନ ହେବାକୁ ଥିବା ବେଳେ ଏନେଇ ଜୋରଦାର ଚାଲିଛି ରଣନୀତି ।
ପ୍ରାର୍ଥୀ ମାନେ ମାରାଥନ ପ୍ରଚାର କରୁଥିବାର ଦେଖାଦେଉଛି । ଶାସକ ବିଜୁ ଜନତା ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ନେଇ ବିଧାୟକଙ୍କ ନିଷ୍ପତ୍ତି କୁ ଖୋଲାଖୋଲି ଚ୍ୟାଲେଞ୍ଜ । ଦଳୀୟ ଅସନ୍ତୋଷ କାରଣରୁ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ବିଭିନ୍ନ ପଞ୍ଚାୟତରେ ବିରୋଧ କରାଯିବା ସହ ତାଙ୍କ ଗାଡ଼ିକୁ ଭଙ୍ଗାରୁଜା ମଧ୍ୟ କରାଯାଇଛି । ବିଦ୍ରୋହୀ ପ୍ରାର୍ଥୀଙ୍କ ସପକ୍ଷରେ ବିପୁଳ ଜନ ସମର୍ଥନ ରହୁଥିବା କାରଣରୁ ଶାସକ ଦଳ ନିଜର ଗଡ଼ ସୁରକ୍ଷିତ ରଖିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିଛି ।
ନିର୍ବାଚନକୁ ଅଳ୍ପ ଦିନ ବାକି ରହିଥିବାରୁ ପ୍ରାର୍ଥୀ ମାନେ ନିଜ ନିଜର ପ୍ରଚାର ପ୍ରସାରକୁ ଜୋରଦାର କରିବା ସହ ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳୁଛି । ଡ଼େରିକି ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ସୁଜିତ ପୁହାଣ ନିଜ ପଞ୍ଚାୟତରେ ବୁଲି ନିଜ ସପକ୍ଷରେ ଉଦ୍ୟମ ଜାରି ରଖିଛନ୍ତି ।
ବଛାଳ ପଞ୍ଚାୟତ ର ସ୍ବାଧୀନ ସମିତିସଭ୍ୟ ପ୍ରାର୍ଥୀ ତଥା ଯୁବ ସମାଜସେବୀ ଚନ୍ଦନ କୁମାର ଲେଙ୍କା ବିପୁଳ ଜନ ସମର୍ଥନ ହାସଲ କରି ନିଜ ସ୍ଥିତିକୁ ସୁଦୃଢ଼ କରିଛନ୍ତି। ସେହିଭଳି ଘୋଡାଂଶ ପଞ୍ଚାୟତ ର ଯୁବନେତା ତଥା ସମିତିସଭ୍ୟ ପ୍ରାର୍ଥୀ ତରୁଣ କାନ୍ତ ବାରିକ ଙ୍କ ସପକ୍ଷରେ ବିପୁଳ ଜନ ସମର୍ଥନ ରହିଛି ।
ତେବେ ବିଦ୍ରୋହୀ ପ୍ରାର୍ଥୀ ମାନଙ୍କ ପ୍ରତି ଜନ ସମର୍ଥନ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶାସକ ଦଳ ତାର ସମସ୍ତ ପ୍ରକାର ରଣ କୌଶଳ ଆପଣାଇ ଗଡ଼ ରକ୍ଷା କରିବା ପାଇଁ ଜୋରସୋର ଉଦ୍ୟମ କରୁଥିବାର ଦେଖାଦେଉଛି।
Comments are closed.