Latest Odisha News

BREAKING NEWS

ଓଡ଼ିଶାରେ ଜିଓଫାଇବର ହାଇସ୍ପିଡ୍ ବ୍ରଡ୍‌ବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ୧ଲକ୍ଷ ଟପିଲା

ଭୁବନେଶ୍ୱର : ଜିଓଫାଇବର ଓଡିଶାରେ ଲୋକପ୍ରିୟତା ବଜାୟ ରଖିଛି । ଓଡିଶାର ଲୋକପ୍ରିୟ ଜିଓଫାଇବରର ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ ଗ୍ରାହକ ସଂଖ୍ୟା ୧ ଲକ୍ଷ ଟପିଲା ବୋଲି ସୂଚନା ମିଳିଛି । ରାଜ୍ୟରେ ୨୭ ଟି ସହର ଓ ନଗରକୁ ଜିଓଫାଇବର ତାର ସେବା ସମ୍ପ୍ରସାରଣ କରୁଛି ।ରିଲାଏନ୍ସ ଜିଓର ଲୋକପ୍ରିୟ ଅଲଟ୍ରା ହାଇସ୍ପିଡ ବ୍ରଡବ୍ୟାଣ୍ଡ ସେବା ଜିଓଫାଇବର୍ ଗ୍ରାହକ ସଂଖ୍ୟା ଓଡିଶାରେ ୨୦୨୧ଡିସେମ୍ବରରେ ଏକ ଲକ୍ଷ ଅତିକ୍ରମ କରିସାରିଛି ।ଏହା ରାଜ୍ୟରେ ଦ୍ରୁତତମ ଅଭିବୃଦ୍ଧିଶୀଳ ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍‌ସେବା ପ୍ରଦାନକାରୀ ହେବାର ଗୌରବ ଲାଭ କରିଛି ।

ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓର ଫିକ୍ସ୍‌ଡ୍‌-ଲାଇନ୍ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍ ର ୨୦୨୧ ଡିସେମ୍ବର ୩୧ ତାରିଖ ସୁଦ୍ଧା ଓଡ଼ିଶାରେ ଗ୍ରାହକ ସଂଖ୍ୟା ୧,୦୧,୧୯୦ ରହିଛି । ଜାତୀୟ ସ୍ତରରେ ମଧ୍ୟ ଜିଓଫାଇବର୍ ଡିସେମ୍ବର ଶେଷ ସୁଦ୍ଧା ୪.୫୭ ନିୟୁତରୁ ଅଧିକ ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍ ଗ୍ରାହକ ହାସଲ ସହିତ ଏକ ନମ୍ବର ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ଭାବରେ ନିଜ ସ୍ଥିତିକୁ ଅଧିକ ସୁଦୃଢ କରିଛି ।

ଓଡ଼ିଶାରେ ସେବାର ଦ୍ରୁତ ସମ୍ପ୍ରସାରଣ କରୁଥିବା ଜିଓଫାଇବର୍ ରାଜ୍ୟରେ ସର୍ବାଧିକ ପସନ୍ଦର ଅଲ୍‌ଟ୍ରା ହାଇ-ସ୍ପିଡ ଫିକ୍ସ୍‌ଡ୍‌-ଲାଇନ୍ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ହୋଇଛି । ମହାମାରୀ ଆରମ୍ଭ ସମୟରେ ୨୦୨୦ ମାର୍ଚ୍ଚ ମାସରେ ରାଜ୍ୟରେ ଜିଓଫାଇବର ଗ୍ରାହକ ସଂଖ୍ୟା ୮୦୦୦ ଥିବା ବେଳେ ଏଥିରେ ଲଗାତାର ବୃଦ୍ଧି ଘଟି ଜିଓଫାଇବର ଗ୍ରାହକ ସଂଖ୍ୟା ୧୨୦୦% ରୁ ଅଧିକ ଅଭିବୃଦ୍ଧି ସହ ଡିସେମ୍ବର ୨୦୨୧ରେ ଏକ ଲକ୍ଷ ଅତିକ୍ରମ କରିଛି ।

ନାଗରିକମାନଙ୍କୁ ସାମ୍ପ୍ରତିକ ମହାମାରୀ ସମୟରେ ସଂଯୁକ୍ତ ରହିବାର ଏକ ଭରସାଯୋଗ୍ୟ ମାଧ୍ୟମ ଯୋଗାଇଦେଇ ଜିଓଫାଇବର୍ ଗତ ଦୁଇବର୍ଷ ମଧ୍ୟରେ ସମଗ୍ର ଓଡ଼ିଶାରେ ତାହାର ସେବାକୁ ଦ୍ରୁତ ସମ୍ପ୍ରସାରିତ କରିଛି । ଜିଓଫାଇବର୍ ସେବା ସମ୍ପ୍ରତି ଓଡ଼ିଶାରେ ୨୭ଟି ସହର ଓ ନଗରର ପ୍ରମୁଖ ଅଂଚଳଗୁଡିକରେ ଉପଲବ୍ଧ ହେଉଛି । ଛାତ୍ରଛାତ୍ରୀ ଅନ୍‌ଲାଇନ ଶିକ୍ଷା ଆହରଣ ସମୟରେ ନିରବଚ୍ଛିନ୍ନ ସଂଯୋଗ ପାଇପାରୁଥିବାବେଳେ ରୋଗୀମାନେ ସେମାନଙ୍କ ଘରେଥାଇ ଡାକ୍ତର ପରାମର୍ଶ ପାଇପାରୁଛନ୍ତି ଏବଂ ୱାର୍କ-ଫ୍ରମ୍‌-ହୋମ୍ କରୁଥିବା ପ୍ରଫେସନାଲ୍ ମାନେ ଜିଓଫାଇବର ବଳରେ ସହଜରେ ଘରେ ରହି ସହଜରେ କାମ କରିପାରୁଛନ୍ତି ।

ଜିଓଫାଇବର୍ ସେବା ମାସକୁ ମାତ୍ର ୩୯୯ ଟଙ୍କା ଭଳି ସ୍ୱଳ୍ପ ମୂଲ୍ୟରେ ଉପଲବ୍ଧ ହେଉଛି, ଯାହା ଅସୀମିତ ଡାଟା ଏବଂ ମାଗଣା ଏଚଡି ଭଏସ୍ କଲିଂ ସୁବିଧା ପ୍ରଦାନ କରୁଛି । ବିବିଧ କମ୍ବୋ ଯୋଜନାରେ ମାଗଣା ସେଟ୍‌-ଟପ ବକ୍ସ ଏବଂ ଭଏସ ଏନେବଲ୍‌ଡ ରିମୋଟ ସହିତ ବ୍ୟବହାରକାରୀମାନେ ସଂପ୍ରତି ୩୫୦ରୁ ଅଧିକ ଟିଭି ଚାନେଲ ଉପଭୋଗ କରିପାରିବେ ଏବଂ ସେମାନଙ୍କର ସାଧାରଣ ଟିଭି ସେଟ୍‌ଗୁଡିକୁ ବିନା କୌଣସି ଅତିରିକ୍ତ ଖର୍ଚ୍ଚରେ ସ୍ମାର୍ଟ ଟିଭିରେ ରୂପାନ୍ତରିତ କରିପାରିବେ ।

ବହୁ ସଂଖ୍ୟକ କାର୍ଯ୍ୟରତ ପ୍ରଫେସନାଲ୍‌, ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ଏବେ ମଧ୍ୟ ଘରେ ରହି କାର୍ଯ୍ୟକରୁଥିବା ଏବଂ ସାମ୍ପ୍ରତିକ ପରିସ୍ଥିତିରେ ଅନ୍‌ଲାଇନ କ୍ଲାସରେ ଯୋଗ ଦେଉଥିବାରୁ, ଜିଓଫାଇବର ନିଜର ଭରସାଯୋଗ୍ୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଦ୍ୱାରା ସାରା ଓଡ଼ିଶାର ନାଗରିକମାନଙ୍କୁ ସହାୟତା କରିବାକୁ ନିରନ୍ତର ଭାବରେ ନିଜ ନେଟୱର୍କରେ ବୃଦ୍ଧି ଜାରି ରଖିଛି ।

Comments are closed, but trackbacks and pingbacks are open.