Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ନିୟମଗିରି ପାହାଡ ଉପରେ ଭୋଟରଙ୍କ ମତ ଦାନ

ରାୟଗଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଆଜି ଅନୁଷ୍ଠିତ ହୋଇଛି । ରାୟଗଡା ଜିଲ୍ଲାର ଦୁଇଟି ବ୍ଲକରେ ନିର୍ବାଚନ ହୋଇଛି । ଶାନ୍ତିର ସହିତ ୨ ବ୍ଲକ ଅଞ୍ଚଳରେ ନିର୍ବାଚନ ପାଇଁ ଅନୁଷ୍ଠିତ ହୋଇଛି । ୩୮୭ ଟି ବୁଥରେ ଭୋଟର ନିଜର ମତଦାନ କରିଛନ୍ତି । ଏହି ଦୁଇ ବ୍ଲକରେ ସମ୍ବେଦନଶୀଳ ବୁଥ ନଥିବା ସତ୍ତ୍ୱେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

୩୪ ଟି ଅତି ସମ୍ବେଦନଶୀଳ ବୁଥରେ ସିଆରପିଏଫ ଓ ଡିଭିଏଫ ଯବାନ ମୁତୟନ ହୋଇଛନ୍ତି । ଡ୍ରୋନ ସାହାଯ୍ୟରେ ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । ଆଦିମ ଜନଜାତି ଡଙ୍ଗରିଆକନ୍ଧ ସମ୍ପ୍ରଦାୟ ବସବାସ କରୁଥିବା ନିୟମଗିରି ପାହାଡ ଉପରେ ମଧ୍ୟ ଭୋଟ ଦାନ ଅନୁଷ୍ଠିତ ହୋଇଛି । ମାଓବାଦୀଙ୍କ ଧମକକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

 

Comments are closed, but trackbacks and pingbacks are open.