Latest Odisha News

BREAKING NEWS

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ଭୋଟ ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ : ରାଜ୍ୟ ନିର୍ବାଚନ କମିଶନ

 ଭୁବନେଶ୍ୱର : ଆସନ୍ତାକାଲି ଭୋଟ ପାଇଁ ନିର୍ବାଚନ କମିଶନଙ୍କ ସାମ୍ବାଦିକ ସମ୍ମିଳନୀ । ଚଳିତଥର ପଞ୍ଚାୟତ ନିର୍ବାଚନ କରୋନା କଟକଣା ମଧ୍ୟରେ ହେବ । ରାଜ୍ୟ ନିର୍ବାଚନ କମିଶନଙ୍କ ତତ୍ୱାବଧାନରେ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ପଞ୍ଚାୟତରାଜ ଅନୁଷ୍ଠାନ ଗୁଡିକରେ ୬ଷ୍ଠ ସାଧାରଣ ନିର୍ବାଚନ ୫ ଟି ପର୍ଯ୍ୟାୟରେ ଆସନ୍ତା ୧୬.୦୨.୨୦୨୨ରୁ ଆରମ୍ଭ ହୋଇ ପ୍ରତି ପର୍ଯ୍ୟାୟରେ ଗୋଟିଏ ଦିନ ବ୍ୟବଧାନ ଥାଇ ଆଗାମୀ ୨୪.୦୨.୨୦୨୨ ତାରିଖରେ ଶେଷ ହେବ ।ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

BjdElectrycity

ଏଥର ନିର୍ବାଚନରେ ମୋଟ ୨ କୋଟି ୭୯ଲକ୍ଷରୁ ଉର୍ଦ୍ଦ ଭୋଟର ୬,୭୯୪ ଗ୍ରାମପଞ୍ଚାୟତର ୯୧,୯୧୩ ବୁଥ ମଧ୍ୟରୁ ୧୩,୭୮୫ ବୁଥ୍ ଉତ୍ତେଜନା ପ୍ରବଣ ଅଟେ ।ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ସମସ୍ତ ପୋଲିଂ ପାର୍ଟି ଅପରାହ୍ନ ସୁଦ୍ଧା ନିଜ ନିଜ ବୁଥରେ ପହଁଞ୍ଚିବେ ।ପ୍ରଥମ ପର୍ଯ୍ୟାୟରେ ସମସ୍ତ ୩୦ଟି ଜିଲ୍ଲାରେ ୭୧ଟି ବ୍ଲକରେ ୧,୬୬୯ ଟି ଗ୍ରାମ ପଞ୍ଚାୟତରେ ୨୦୦ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୨,୩୭୯ ବୁଥରେ ୬୭ ଲକ୍ଷ୫୧ ହଜାରରୁ ଅଧିକ ଭୋଟର ତାଙ୍କର ମତ ସାବ୍ୟସ୍ତ କରିବେ ।ଏଥି ମଧ୍ୟରୁ ୩,୩୫୭ ବୁଥ୍ ଉତ୍ତେଜନା ପ୍ରବଣ ଅଟେ ।

ଏହି ନିର୍ବାଚନରେ ମୋଟ ୩୭,୨୪୫ପୋଲିସ କର୍ମଚାରୀ ନିୟୋଜିତ ହେବେ । ମୋଟ ୨୨୫ ପ୍ଲାଟୁନ ଫୋର୍ସ ମୃତୟନ ହୋଇଛନ୍ତି ।ମୋଟ ୨୦୦ ଟି ଜିଲ୍ଲା ପରିଷଦ ସଭ୍ୟ ପାଇଁ ୭୨୬ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଛନ୍ତି ।ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ତତ୍ୱାବଧାନରେ ସମସ୍ତ ଜିଲ୍ଲାରେ ପ୍ରସ୍ତୁତି କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଛି । ଭୋଟ ଗ୍ରହଣ ସକାଳ ୭ ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ଭୋଟ ଦେବା ପାଇଁ ଜଣେ ଭୋଟର ପଞ୍ଚାୟତ ପାଇଁ ପ୍ରସ୍ତୁତ ୱାର୍ଡୱାରୀ ଭୋଟର ତାଲିକାରେ ସଂପୃକ୍ତ ଭୋଟରଙ୍କର ନାମ ଥିବା ଜରୁରୀ ଅଟେ ।

ଭୋଟରମାନେ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ୍ତ ଭୋଟ ପରିଚୟ ପତ୍ର ଦେଖାଇ ଭୋଟ ଦେଇ ପାରିବେ । ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଉକ୍ତ ପରିଚୟ ପତ୍ର ନଥାଏ । ସେ ରାଜ୍ୟ ନିର୍ବାଚନ କମିଶନଙ୍କ ଦ୍ୱାରା ଅନୁମୋଦିତ ଲାଭ କରିଥିବା ୧୩ଟି ଦସ୍ତାବିଜ ମଧ୍ୟରୁ ଯେ କୌଣସି ଗୋଟିଏ ଦସ୍ତାବିଜ ଦେଖାଇ ଭୋଟ ଦେଇ ପାରିବେ ।

ଉକ୍ତ ପରିଚୟ ପତ୍ର ମଧ୍ୟ ପରିବାର ଅନ୍ୟ ସଦସ୍ୟ ମାନେ ବ୍ୟବହାର କରିପାରିବେ । ଚଳିତ ନିର୍ବାଚନକେ କୋଭିଡ-୧୯ କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ଏଣୁ ପ୍ରତ୍ୟେକ ଭୋଟର ଭୋଟ ଗ୍ରହଣ କେନ୍ଦ୍ରରେ ସାମାଜିକ ଦୂରତା ରଖିବା ସହ ଫେସ ମାସ୍କ ପିନ୍ଧିବା ନିହାତି ଜରୁରୀ ରହିଛି ।ସମସ୍ତ ଭୋଟର ମାନଙ୍କୁ ଅନୁରୋଧ ସେମାନେ ନିର୍ଭୟରେ କୋଭଡ କଟକଣା ପାଳନ କରି ଶାନ୍ତି ଶୃଙ୍ଖଳାର ସହିତ ନିଜର ମତ ସାବ୍ୟସ୍ତ କରନ୍ତୁ ।

Comments are closed, but trackbacks and pingbacks are open.