Latest Odisha News

[ଦେଖନ୍ତୁ ଭିଡିଓ] ପୁରୀରୁ ବ୍ରାଉନସୁଗର ଜବତ: ମାଫିଆ ଫିରୋଜ ଖାନ ସହ ୪ ଗିରଫ

ପୁରୀ: ଗିରଫ ହେଲେ ବ୍ରାଉନସୁଗର ମାଫିଆ । ମାଫିଆ ଫିରୋଜ ଖାନ ସହ ୪ ଜଣକୁ ଗିରଫ କରିଛି ପୁରୀ ପୋଲିସ । ପୁରୀରୁ ଆଜି ପୁଣି ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି ।

ପୁରୀ ସହରର ବାସେଳି ଥାନାର ମାଟିତୋଟାରେ ଏସଟିଫ ଓ ପୁଲିସ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା । ଘଟଣାସ୍ଥଳରୁ ୩୫୬.୬୬ ଗ୍ରାମ୍ ଓଜନର ବ୍ରାଉନସୁଗାର ଜବତ କରାଯାଇଥିଲା । ଏହାର ଆନୁମାନିକ ମୂଲ୍ୟ ୩୬ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି ।

ଏଥିସହ ୧୭ ହଜାର ନଗଦ ଟଙ୍କା, ୩ଟି ମୋଟରସାଇକେଲ, ୫ଟି ମୋବାଇଲ ଜବତ କରିଛି ବାସେଳୀ ସାହି ଥାନା ପୋଲିସ। ଗିରଫ ଅଭିଯୁକ୍ତ ମାନେ ହେଲେ କଟକ ଦୁର୍ଗା ବଜାର ଅଞ୍ଚଳର ଫିରୋଜ ଖାନ୍, ପିପିଲି ଦେବୀ ଗଳିର ପପୁ ପାଣ୍ଡେ, ଜଳେଶ୍ବରର ଇଫତେଖାର ତୁଲା, ଜଟଣୀ ତିରମାଲର ରଞ୍ଜନ ଭୁଜବଳ।

ମାଫିଆ ଫିରୋଜ ଖାନ ସହ ଏହି ତିନି ଅଭିଯୁକ୍ତ ପୁରୀ ଆସୁଥିବା ବେଳେ ମାଟିତୋଟା ପଡିଆ ଠାରେ ବାସେଳୀ ସାହି ଥାନା ପୋଲିସ ଓ ଏସଟିଏଫ ଚଢାଉ କରି ଏମାନଙ୍କୁ ଗିରଫ କରିଛି । ଏନେଇ ଅଧିକ ତଦନ୍ତ ଚାଲିଛି ।

Comments are closed, but trackbacks and pingbacks are open.