Latest Odisha News

BREAKING NEWS

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି: ଆଜି ୩୧୫ ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ଆଜିଠାରୁ ଆରମ୍ଭ ହୋଇଛି । ସକାଳ ୮ଟାରୁ ବ୍ଲକ ହେଡକ୍ୱାର୍ଟର୍ସରେ ଗଣତି ଚାଲିଛି । ଆଜି ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନରେ କାଉଣ୍ଟିଂ କରାଯାଉଛି । ଷ୍ଟ୍ରଙ୍ଗ ରୁମର ସିଲ୍ ଖୋଲାଯିବା ପରେ ଆରମ୍ଭ ହୋଇଛି ଭୋଟ୍ ଗଣତି ।

ଭୋଟ୍ ଗଣନା କେନ୍ଦ୍ର ଭିତରକୁ ମୋବାଇଲ୍ ଫୋନ୍ ନେବା ମନା । ଗଣତି କେନ୍ଦ୍ର ଆଗରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି । ସୁରକ୍ଷା କଡ଼ାକଡ଼ି । ଜିଲ୍ଲା ପରିଷଦ ଜୋନ୍‌ ଅଧୀନରେ ଯେତିକି ଜୋନ୍‌ ରହିଛି ସେହି ଅନୁସାରେ କାଉଣ୍ଟିଂ ଟେବୁଲ ରହିଛି । ବାଲଟ୍‌ ପେପରକୁ ପ୍ରଥମେ ରଙ୍ଗ ଅନୁସାରେ ଅଲଗା କରାଯିବ । ତାପରେ ୫୦ ଟିକିଆ ବଣ୍ଡଲ କରି ଦିଆଯିବ ।

ପ୍ରଥମେ ଓ୍ଵାର୍ଡ଼ ମେମ୍ବର, ପରେ ସରପଞ୍ଚ ଓ ତାପରେ ସମିତି ସଭ୍ୟଙ୍କର ଭୋଟ୍‌ ଗଣତି ହେବ । ସବା ଶେଷରେ ଗଣତି ହେବ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କର । ଆସନ୍ତାକାଲି ୩୦୭ ଜିଲ୍ଲା ପରିଷଦ ଜୋନ୍ ଓ ୨୮ ତାରିଖରେ ବାକି ୨୨୯ଟି ଜିଲ୍ଲା ପରିଷଦ ଆସନରେ ଭୋଟ୍‌ ଗଣତି କରାଯିବ ।

Comments are closed, but trackbacks and pingbacks are open.