Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଚୋରାବାଲି (୨୩)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୨୩ 

ରଘୁବୀର .. କାମ ସରିଲା, ଡ଼୍ରାଇଭରକୁ କହ ଗାଡ଼ି କାଢୁ । ଓଃ ଇଡିଅଟ ଗୁଡା, ଏମାନଙ୍କୁ ଯେତେ କହିଲେବି ବୁଝିବେନି । ଅଧା
କାମ ଛାଡ଼ି କୁଆଡେ଼ ଗାୟବ ।”

ଆରାଧ୍ୟା ଜାଣେ ଗାଳିଟା କାହା ଉଦ୍ଦେଶ୍ୟରେ ।

‘କୋଉଠି ଆରେଞ୍ଜମେଣ୍ଟ ହେଇଛି?’ ସିଟ୍‌ବେଲ୍ଟ ଭିଡିସାରି ପଚାରିଲା ଆରାଧ୍ୟା ।

ଦ୍ବିବେଦୀ ଫାର୍ମ ହାଉସ୍ ମ୍ୟାଡ଼ମ୍ । ଗାଡ଼ି ଷ୍ଟାର୍ଟ କରୁକରୁ କୁମାର ଉତ୍ତର ଦେଲା । ଏଠୁ ୱାନ୍ ଥାର୍ଟି କିଲୋମିଟର ।

ଏଥର ଏତେ ଦୂରରେ!

ହଁ କିଛି ଫରେନ୍ ଡେଲିଗେଡ଼୍ସ୍ ଆସୁଛନ୍ତି । ସେଠି ସ୍ପେସ୍‌ ଅଧିକା । ଆଉ ସବୁ ସୁବିଧା, ସହର ଠାରୁ ଦୂର…ସାର୍‌ଙ୍କୁ ପସନ୍ଦ ବୋଲି ଗଲାଥର ବି ତ ସେଇଠି ହେଇଥିଲା । ଆପଣ ଆସିନଥିଲେ ।

ମ୍ୟାଡ଼ମ୍ ଆର ୟୁ କମ୍ଫଟେବଲ୍‌?

ଆଇ ଆମ ଓକେ । ଏସି ଅଫ୍ କରି ଦିଅ । ଉଇଣ୍ଡୋ ଖୋଲା ରହିଲେ ମତେ ବେଶୀ ଭଲଲାଗେ ।

ମତେବି ।

ତାଙ୍କ ଆଡ଼କୁ ଥରେ ଚାହିଁଲା କୁମାରା ଅନ୍ୟ ଦିନଠାରୁ ଆଜି ଯଥେଷ୍ଟ ଗମ୍ଭୀର ଦିଶୁଛନ୍ତି । କିଛି ଆଉ କହିଲାନାହିଁ, ଚୁପ୍‌ଚାପ୍ ଗାଡ଼ି ଚଲେଇ ବାଟ କାଟିଦେଲା ।

ବାସ୍ ଏଇଠି । ଆସନ୍ତୁ ମାମ୍ । ଭିତରକୁ ଯିବା ।

ତୁମ ସାର୍‌?

ଏୟାରପୋର୍ଟ ଯାଇଥିବେ । ତାଙ୍କୁ ପିକ୍ କରିବେ । ଆକ୍ଚୁଆଲି ଆଜିର ଅତିଥି ସ୍ପେଶାଲ୍ । ସାର୍ ନିଜେ ରିସିଭ୍ କରିବେ କହିଲେ ।

ଏଇ ଆସୁଥିବେ, ଆପଣ ଆସନ୍ତୁ ।

କିଛି ନେବେ?’

‘ନୋ ଥାଙ୍କସ୍‌’ ।

Comments are closed, but trackbacks and pingbacks are open.