Latest Odisha News

ଆତ୍ମଘାତୀ ଆକ୍ରମଣ ନେଇ ଷଡଯନ୍ତ୍ର ରଚିଛନ୍ତି ଆତଙ୍କବାଦୀ, ମୁମ୍ବାଇର ସିଆରପିଏଫ ମୁଖ୍ୟାଳୟକୁ ଆସିଛି ଇ-ମେଲ

ନୂଆଦିଲ୍ଲୀ:ସିଆରପିଏଫର ମୁମ୍ବାଇସ୍ଥିତ ମୁଖ୍ୟାଳୟକୁ ଏକ ଧମକଭରା ଇ-ମେଲ ଆସିବା ପରେ ଏବେ ସମସ୍ତ ଗୋଇନ୍ଦା ସଂସ୍ଥାକୁ ସତର୍କ କରି ଦିଆଯାଇଛି । ଏହି ଇ-ମେଲରେ ଉଲ୍ଲେଖ ରହିଛି ୧୧ରୁ ଅଧିକ ଆତଙ୍କବାଦୀ ବିମାନବନ୍ଦର, ମନ୍ଦିର ଏବଂ ଜନଗହଳି ଅଂଚଳରେ ବିସ୍ଫୋଟ କରାଇବା ପାଇଁ ଯୋଜନା କରି ସାରିଛନ୍ତି । ୩ ରାଜ୍ୟରେ ଏଥିନେଇ ୨୦୦ କିଲୋଗ୍ରାମ ଆରଡିଏକ୍ସ ଲୁଚାଇ ରଖାଯାଇଛି ।

ଅମିତ ଶାହା, ଯୋଗୀ ଆଦିତ୍ୟନାଥଙ୍କ ପରି ନେତାଙ୍କୁ ଟାର୍ଗେଟରେ ରଖାଯାଇଛି ବୋଲି ଉକ୍ତ ମେଲରେ ଉଲ୍ଲେଖ ରହିଛି । ସରକାର ଗୋଇନ୍ଦା ବିଭାଗକୁ ସମ୍ପୂର୍ଣ୍ଣ ଭାବେ ଆଲର୍ଟ କରିଥିବା ବେଳେ ଘଟଣାର ତଦନ୍ତ ମଧ୍ୟ କରାଯାଉଛି । ଲଶ୍ମର-ଇ-ତୋଇବା ଏଥିନେଇ ସନ୍ଦେହ କରାଯାଉଛି । ଗତବର୍ଷ ଅକ୍ଟୋବରରେ ମଧ୍ୟ ଏ ଭଳି ଧମକଭରା ଇ-ମେଲ ଆସିଥିଲା ।

Leave A Reply

Your email address will not be published.