ଭୁବନେଶ୍ୱର: ଓଡିଶାର ବିଭିନ୍ନ ସ୍ଥାନରେ ୪୮ ଘଣ୍ଟିଆ ସଟଡାଉନ୍ ଜାରି ରହିଥିବା ବେଳେ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ଶନିବାର ଦିନ ପୋଲିସ ଧରିବା ସହ ୧୪ ଦିନ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖୁଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ ଭୁବନେଶ୍ୱରରେ ବନ୍ଦ ସମୟରେ ବାହାରେ ଅମାନିଆ ଭାବେ ବୁଲୁଥିବା ୬୪ ଜଣ ବ୍ୟକ୍ତିଙ୍କୁ ପୋଲିସ ଅଟକ ରଖିଛି ।ଏହା ବ୍ୟତୀତ ୪୫ ଜଣ ଉଲ୍ଲଂଘନକାରୀଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଇଛି।
ଏନେଇ ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି ଯେ, ଓଡିଶା କୋଭିଡ-୧୯ ନିୟମାବଳୀ, ୨୦୨୦ ଉଲ୍ଲଂଘନ କରିବା ଅଭିଯୋଗରେ ଉଲ୍ଲଂଘନକାରୀଙ୍କୁ ଆଇପିସି ଧାରା ୨୬୯, ୨୭୦ ଏବଂ ୨୭୧ ଅନୁଯାୟୀ ଅଟକ ରଖାଯାଇଛି ।
ଆହୁରି ମଧ୍ୟ ୪୮ ଘଣ୍ଟିଆ ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଡିସିପି କହିଛନ୍ତି, ମୁଖ୍ୟ ରାସ୍ତା ବ୍ୟତୀତ ସହର ଏବଂ ବସ୍ତି ଅଞ୍ଚଳରେ ମଧ୍ୟ ଲୋକଙ୍କୁ ଚଳପ୍ରଚଳ କରିବାକୁ ବାରଣ କରାଯାଇଛି।
ସେହିପରି ଭଦ୍ରକ ସହରରେ ମଧ୍ୟ ୯ ଜଣଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଇଛି ବୋଲି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ରଞ୍ଜନ ଦାସ କହିଛନ୍ତି ।
Comments are closed.