Latest Odisha News

ବିଶୋଧନ ହେଲା ବମିଖାଲ ଅଞ୍ଚଳ

ଭୁବନେଶ୍ୱର: ବିଶୋଧନ ହେଉଛି ପୁରା ରାଜଧାନୀ । ଚାରିଆଡେ ସିଂଚନ କରାଯାଉଛି ରାସାୟନିକ ପାଣି । ଭୁବନେଶ୍ୱର ବମିଖାଲ ଅଂଚଳରୁ ଶୁକ୍ରବାର ୩ଟି କରୋନା ପିଜିଟିଭ ଚିହ୍ନଟ ହେବା ପରେ ବିଏମ୍‌ସି ପକ୍ଷରୁ ଏହି ଅଂଚଳକୁ ଆଜି ପୁରା ସାନିଟାଇଜ କରାଯାଇଛି ।
ଅଗ୍ନିଶମ ବିଭାଗ ଓ ସହରର ସ୍ୱାସ୍ଥ୍ୟ ବିଭାଗର ୨ଟି ଟିମ୍ ଓ ୪ଟି ଦମକଳ ଗାଡି ରସୁଲଗଡ ଅଂଚଳରୁ ଝାରପଡା ଓଭରବ୍ରିଜ ପର୍ଯ୍ୟନ୍ତ ଏବଂ ବମିଖାଲ ଗାଁ, ଜୟଦୁର୍ଗା ନଗର ଅଂଚଳରେ ବ୍ଲିଚିଂ ଓ କ୍ଲୋରିନ୍ ପାଣି ପକାଇ ବିଶୋଧନ କରିଛନ୍ତି ।

Leave A Reply

Your email address will not be published.