Latest Odisha News

BREAKING NEWS

୩ ଦିନ ମଧ୍ୟରେ କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କଠାରୁ ୯୦ ଲକ୍ଷରୁ ଅଧିକ ‌ଜରିମାନା ଆଦାୟ କରିଛି ଓଡ଼ିଶା ପୋଲିସ

ଭୁବନେଶ୍ୱର: କୋଭିଡ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ସ୍ୱତନ୍ତ୍ର ଅଭିଯାନ ଜାରି କରି ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶା ପୋଲିସ ପ୍ରାୟ ୩୯ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି।

ଅଭିଯାନର ତୃତୀୟ ଦିନରେ ମାସ୍କ ବ୍ୟବହାର ନକରିବା କିମ୍ବା ସାମାଜିକ ଦୂରତା ବଜାୟ ରଖିବା ପାଇଁ ପୋଲିସ ୧୨,୧୪୫ ଜଣଙ୍କ ଉପରେ ଜରିମାନା ଲାଗୁ କରିଥିଲା। ସେମାନଙ୍କଠାରୁ ୩୮,୯୮,୨୫୦ ଟଙ୍କା ଆଦାୟ କରିଛି ଓଡ଼ିଶା ପୋଲିସ୍‌।

ଗତ ତିନି ଦିନ ମଧ୍ୟରେ ୩୩,୩୪୬ ଜଣ ଲୋକ କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରିଛନ୍ତି ଏବଂ ସେମାନଙ୍କଠାରୁ ୯୦.୬୭ ଲକ୍ଷ ଟଙ୍କା ଆଦାୟ କରାଯାଇଛି।

କୋଭିଡ୍‌ ପଜିଟିଭ ମାମଲା ଦିନକୁ ଦିନ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ପୋଲିସ ଆଗାମୀ ଦିନରେ ଏହି ଅଭିଯାନକୁ ଆହୁରି ଜୋରଦାର କରିବ ବୋଲି ସୂତ୍ରରୁ ପ୍ରକାଶ।

Comments are closed.